fbpx

(Video) ୧୦୦ ବର୍ଷ ବୟସରେ ଦୌଡିବା ଆରମ୍ଭ କଲେ ଦାଦାଜୀ: ଜୋସକୁ ଦେଖି ତାଳିରେ କମ୍ପିଲା ଦର୍ଶକ ମହଲ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ବୟସ୍କ ବା ବୃଦ୍ଧ ବ୍ୟକ୍ତିମାନଙ୍କୁ ଜୋସରେ ଭରା କିଛି କାମ କରୁଥିବାର ଦେଖିଥିବେ । ଏଭଳି ଘଟଣା ଯୁବପିଢୀଙ୍କ ମନରେ ଆତ୍ମବିଶ୍ୱାସ ଭରି ଦେଇଥାଏ । କିଛି ଲୋକ ବୟସର ଅପରାହ୍ନରେ ବି ନିଜକୁ ଏତେ ଫିଟ ରଖିଥାନ୍ତି ଯେ, ଆଜିକାଲିର ପିଲାମାନେ ଏହା ଦେଖି ଲାଜ କରିବେ । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜଣେ ବୟସ୍କ ବ୍ୟକ୍ତି ନିଜ ଷ୍ଟାଇଲରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ।

ବୟସ ୧୦୦ ପାର ହୋଇଗଲାଣି । କିନ୍ତୁ ମନରେ ଆଜିବି ସେହି ଶକ୍ତି ଆଉ ଆତ୍ମବିଶ୍ୱାସ ଭରି ରହିଛି । ଏହି ବୟସରେ ବି ସେ ଏକ ଦୌଡ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । କେବଳ ରେସରେ ଭାଗ ନେଇନାହାନ୍ତି, ଏହି ଦୌଡକୁ ସେ ପୂରା ମଧ୍ୟ କରିଛନ୍ତି । ତାଙ୍କର ସାହସ ଏବଂ ଆତ୍ମବିଶ୍ୱାସକୁ ଦେଖି ଦର୍ଶକ ଗ୍ୟାଲେରୀ ତାଳିରେ କମ୍ପି ଉଠିଥିଲା । ବସିଥିବା କୌଣସି ବ୍ୟକ୍ତି ନିଜକୁ ତାଳି ମାରିବାରୁ ରୋକି ପାରି ନଥିଲେ ।

ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଅପଲୋଡ କରାଯାଇଛି । ପୋଷ୍ଟ ହେବାର କିଛି ମୁହୂର୍ତ୍ତରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅନ୍ୟ ପ୍ରତିଯୋଗୀମାନେ ବୃଦ୍ଧଙ୍କୁ ଅତିକ୍ରମ କରି ଚାଲିଯାଇଥିବାର ଦେଖାଯାଇଛି । କିନ୍ତୁ ସମସ୍ତଙ୍କ ନଜର ଅଟକି ଯାଇଛି ଏହି ବୟସ୍କ ବ୍ୟକ୍ତିଙ୍କ ଉପରେ । ପ୍ରତିଯୋଗିତାରେ ହାରି ଯାଇଥିଲେ ବି ସେ ମଇଦାନରେ ଥିବା ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି ।

Get real time updates directly on you device, subscribe now.