ବାଲେଶ୍ୱରରେ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷଣ

News across the Earth, news close to your heart, Read Odisha Bhaskar English

ବାଲେଶ୍ୱର,୧୭ ।୧୨(ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ସକାଳ ୮ଟା ୪୫ରେ ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡରୁ ଏହାକୁ ପରୀକ୍ଷଣ କରାଯାଇଛି । ତେବେ ସ୍ୱଳ୍ପ ଦୂରଗାମୀ କ୍ରୁଜ ମିସାଇଲ ବ୍ରହ୍ମୋସର ବ୍ୟବହାରିକ ପରୀକ୍ଷଣ ହୋଇଛି । ବ୍ରହ୍ମୋସର ଲକ୍ଷ୍ୟଭେଦ ଦୂରତା ୨୯୦ କିଲୋମିଟର ହୋଇଥିବାବେଳେ ଏହାକୁ ୪୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି କ୍ଷେପଣାସ୍ତ୍ର ୨୦୦ କିଲୋଗ୍ରାମ ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ସୂଚନାଯୋଗ୍ୟ, ଏହି କ୍ଷେପଣାସ୍ତ୍ରକୁ ଭାରତ ଏବଂ ରୁଷର ମିଳିତ ସହଯୋଗରେ ନିର୍ମାଣ କରାଯାଇଛି। ଏହାର ଲମ୍ବ ୮.୪ ମିଟର ଏବଂ ଓସାର ୦.୬ ମିଟର ରହିଛି।

Get real time updates directly on you device, subscribe now.