fbpx

ଭୟରେ ଥରିବେ ଶତ୍ରୃ ଦେଶ, ସୁପରସୋନିକ କ୍ରୁଜ ମିଶାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ସୁଖୋଇ ଏମକେ-୧ରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିଶାଇଲର ଏୟାର ଭର୍ଜନର ସଫଳ ପରୀକ୍ଷଣ ହୋଇଛି । ଚାନ୍ଦିପୁରରେ ସାକାଳ ସାଢ଼େ ୧୦ଟା ବେଳେ ପରୀକ୍ଷଣ କରାଯାଇଥିଲା । ମିଶାଇଲ ନିଜ ଟାର୍ଗେଟକୁ ଭେଦ କରିବାରେ ସକ୍ଷମ ହୋଇଛି । ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହି ସଫଳ ପରୀକ୍ଷଣ ପାଇଁ ଡିଆରଡିଓ ଏବଂ ଭାରତୀୟ ବାୟୁସେନାକୁ ଧନ୍ୟବାଦ ଦେଇଛନ୍ତି ।ସୁଖୋଇ-୩୦ ଏମକେ-୧ ଫାଇଟର ଜେଟରେ ଲଗାଯାଇଥିବା ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିଶାଇଲକୁ ସଂପୂର୍ଣ୍ଣଭାବେ ଦେଶରେ ବିକଶିତ କରାଯାଇଛି ।

ଭାରତୀୟ ବାୟୁସେନାର ସୁଖୋଇ-୩୦ଏମକେଆଇ ଫାଇଟର ଜେଟ୍ ରେ ମଧ୍ୟ ବ୍ରହ୍ମୋସ ମିଶାଇଲ ନିୟୋଜିତ ହୋଇଛି । ଏହାର ରେଞ୍ଜ ୫୦୦ କିମି ରହିଛି । ଭବିଷ୍ୟତରେ ବ୍ରହ୍ମୋସ ମିସାଇଲକୁ ମିକୋୟାନ ମିଗ-୨୯କେ, ହାଲୁକା ଲଢ଼ୁଆ ବିମାନ ତେଜସ୍ ଏବଂ ରାଫେଲରେ ମଧ୍ୟ ନିୟୋଜିତ କରାଯିବ ବୋଲି ଯୋଜନା ରହିଛି । ଏହାଛଡ଼ା ବୁଡ଼ାଜାହାଜରେ ମଧ୍ୟ ନିୟୋଜିତ କରାଯିବାନେଇ ନିର୍ମାଣ ଜାରି ରହିଛି ।

ଏହି ମିଶାଇଲ ଏକ ସୁପରସୋନିକ କ୍ରୁଜ ମିଶାଇଲ ଅଟେ । ଅର୍ଥାତ୍ ଏଭଳି ମିଶାଇଲ ଯାହା କମ ଉଚ୍ଚତାରେ କ୍ଷୀପ୍ର ବେଗରେ ଉଡ଼ିପାରେ ଯେମିତି ଶତ୍ରୁର ରାଡାରକୁ ଧୋକାଦେଇପାରିବ । ଏହା ଭାରତରେ ଏକମାତ୍ର ମିଶାଇଲ ଯାହାକୁ ପାଣି, ପବନ, ଭୂମି କେଉଁଠାରୁ ବି ଶତ୍ରୁଙ୍କ ଉପରେ ପ୍ରହାର କରାଯାଇପାରିବ ।

ବ୍ରହ୍ମୋସ ମିଶାଇଲ ବାୟୁରେ ହିଁ ମାର୍ଗ ବଦଳାଇପାରିବ । ଗତି କରୁଥିବା ଟାର୍ଗେଟକୁ ମଧ୍ୟ ଏହା ଧ୍ୱସ୍ତ କରିପାରେ । ଏହା ୧୦ ମିଟର ଉଚ୍ଚତାରେ ଉଡ଼ିବାରେ ସକ୍ଷମ, ଅର୍ଥାତ୍ ଶତ୍ରୃର ରାଡାରକୁ ଧୋକା ଦେବାରେ ଧୁରନ୍ଧର । କେବଳ ରାଡାର ନୁହେଁ ଅନ୍ୟ କୌଣସି ମିଶାଇଲ ଚିହ୍ନଟ ପ୍ରଣାଳୀକୁ ମଧ୍ୟ ଧୋକା ଦେଇପାରେ । ଏହି ମିଶାଇଲ ଆମେରିକାର ଟମହକ୍ ମିଶାଇଲ ତୁଳନାରେ ଦୁଇଗୁଣ ଅଧିକ ବେଗରେ ଆକ୍ରମଣ କରିପାରେ । ଏହାର ପ୍ରହାର କ୍ଷମତା ଟମହକ୍ ଠାରୁ ଅଧିକ । ଏହି ମିଶାଇଲ ୧୨୦୦ ୟୁନିଟ୍ ଉର୍ଜା ଉତ୍ପନ୍ନ କରିଥାଏ । ଯାହା କୌଣସି ବଡ଼ ଟାର୍ଗେଟକୁ ଧ୍ୱଂସ କରିପାରେ ।

Get real time updates directly on you device, subscribe now.