fbpx

୮୦ ଦଶକରେ ପହଞ୍ଚିଲେ ବିରାଟ କୋହଲି, ପିଲାଙ୍କ ଅନ୍ଦାଜରେ ସେୟାର କଲେ ଫୋଟୋ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ନିକଟରେ ୱାର୍ଲ୍ଡ କପ୍ ରେ ହାର୍ ର ସାମ୍ନା କରିଛି । କ୍ୟାପ୍ଟେନ ଭାବରେ ଏହା ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ ହୋଇଥିଲେ । ତେବେ ବର୍ତ୍ତମାନ ଏବେ ପୁଣି ଥରେ ସୋସିଆଲ ମିଡିଆରେ ଆକ୍ଟିଭ ହୋଇଛନ୍ତି । ସେ ୮୦ ଦଶକର ସ୍ମୃତିକୁ ମନେ ପକାଇ ପିଲାଙ୍କ ଅନ୍ଦାଜରେ ଏକ ମଜାଦାର ଫୋଟୋ ସେୟାର କରିଛନ୍ତି ।

ସେ ଏକ ଫୋଟୋ ସେୟାର କରିଛନ୍ତି ଯେଉଁଥିରେ ସେ ହେଲମେଟ୍ ପିନ୍ଧିଥିବାର ନଜର ଆସିଛନ୍ତି ଏବଂ ପିଲାଙ୍କ ନକଲି ବାଇକରେ ବସିଛନ୍ତି । ପିଲାଙ୍କ ଭଳି ଚେହେରା ମଧ୍ୟ କରିଛନ୍ତି । ବ୍ୟାକଗ୍ରାଉଣ୍ଡ ସଂପୂର୍ଣ୍ଣ ଫୋଟୋ ଷ୍ଟୁଡିଓ ଭଳି ଦେଖାଯାଉଛି । ପୁରୁଣା ୮୦ ଦଶକ ଭଳି ଦେଖାଯାଉଛି, ୮୦ ଦଶକରେ ଯେଉଁଭଳି ପିଲାମାନେ ଫୋଟୋ ଉଠାଉଥିଲେ ।

ଏହାକୁ ସେୟାର କରି କୋହଲି କହିଛନ୍ତି ସମୟ ଥିଲା ଯେତେବେଳେ ଆମେ କାର୍ ଆଉ ବାଇକ୍ ଏଭଳି ଚଲାଉଥିଲୁ ।

 

 

Get real time updates directly on you device, subscribe now.