fbpx

ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଦଳ ଘୋଷଣା: ବାଦ ପଡିଲେ ଜାଡେଜା ଓ ଅକ୍ଷର, ରୋହିତ ଅଧିନାୟକ

ନୂଆଦିଲ୍ଳୀ: ଆସନ୍ତା ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଘୋଷିତ ହୋଇଛି ଭାରତୀୟ ଦଳ । ଟି-୨୦ ସିରିଜ ପରେ ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ ଘୋଷଣା କରାଯାଇଛି । ଡିସେମ୍ବର ୮ ତାରିଖ ବୁଧବାର ଦିନ ଭାରତୀୟ ଦଳ ଘୋଷଣା କରାଯାଇଛି । ବିରାଟ କୋହଲିଙ୍କୁ ଟେଷ୍ଟ ଦଳର ଅଧିନାୟକ ଘୋଷଣା କରାଯାଇଥିବା ବେଳେ ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ ଚୟନ କରାଯାଇଛି । ସେହିପରି ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳର ଉପ ଅଧିନାୟକ ଘୋଷଣା କରାଯାଇଛି ।

ଫର୍ମରେ ନଥିବା ଟେଷ୍ଟ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କୁ ଟେଷ୍ଟ ଦଳରେ ଆଉ ଏକ ସୁଯୋଗ ପ୍ରଦାନ କରାଯାଇଛି । ତେବେ ଦୁଇ ଅଲରାଉଣ୍ଡର ଅକ୍ଷର ପଟେଲ ଏବଂ ରବୀନ୍ଦ୍ର ଜାଡେଜା ଆହତ ହେବା ଭାରତୀୟ ଦଳ ପାଇଁ ସଙ୍କଟ ପରସ୍ଥିତି ସୃଷ୍ଟି କରିଛି । ସେହିପରି ଶ୍ରେୟସ ଆୟର ଓ ହନୁମା ବିହାରୀଙ୍କୁ ଦଳରେ ସାମିଲ କରାଯାଇଛି । ନ୍ୟୁଜିଲାଣ୍ଡ ସିରିଜ ପାଇଁ ବିଶ୍ରାମ ପାଇଥିବା ଦୁଇ ପେସର ଜସପ୍ରୀତ ବୁମରା ଓ ମହମ୍ମଦ ଶାମି ଦଳକୁ ପ୍ରତ୍ୟାବର୍ତ୍ତନ କରୁଛି । ଆସନ୍ତା ଡିସେମ୍ବର ୨୬ ତାରିଖରୁ ଟେଷ୍ଟ ସିରିଜ ଆରମ୍ଭ ହେବ ।

ଭାରତୀୟ ଦଳ: ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), କେ ଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ଶ୍ରେୟସ ଆୟର, ହନୁମା ବିହାରୀ, ଋଷଭ ପନ୍ତ, ରିଦ୍ଧିମାନ ଶାହା, ଆର. ଅଶ୍ୱିନ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଉମେଶ ଯାଦବ, ଜସପ୍ରୀତ ବୁମରା, ଶାର୍ଦ୍ଦୁଲ ଠାକୁର ଓ ମହମ୍ମନ ସିରାଜ ।

Get real time updates directly on you device, subscribe now.