fbpx

ପୋଲିସ କବଜାରେ ଡିଜେଲ ଲୁଟେରା: ଟ୍ୟାଙ୍କର ଓ କାର ଜବତ, ଦେଖନ୍ତୁ ଭିଡିଓ

କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ୍ ପଞ୍ଝାରେ ଏଥର ପଡିଛନ୍ତି ଡିଜେଲ୍ ଚୋରା ଚାଲାଣ ରାକେଟର ୩ ଜଣ ସଦସ୍ୟ। ଏହା ସହିତ ଏକ ଡିଜେଲ୍ ବୋଝେଇ ଟ୍ୟାଙ୍କର୍ ସହ ଉକ୍ତ ଟ୍ୟାଙ୍କରକୁ ଏସ୍କର୍ଟ କରୁଥିବା ଏକ ବ୍ରାଜେରା କାର୍ ମଧ୍ୟ ଜବତ୍ କରିଛି ବଡ଼ବିଲ ପୋଲିସ୍। ପ୍ରାପ୍ତ ସୂଚନା ମୁତାବକ୍ ବଡ଼ବିଲ ଥାନା ଇଝଓ ସୁନିଲ୍ କୁମାର୍ ବାର୍ଲାଙ୍କ ପେଟ୍ରୋଲିଂ ଟିମକୁ ସ୍ଥାନୀୟ ରିଲିଆନ୍ସ ପେଟ୍ରୋଲ୍ ପମ୍ପ ନିକଟରେ ଙଊ-୧୦-୨୩୭୨ ନମ୍ୱର୍ ବିଶିଷ୍ଟ ଏକ ଡିଜେଲ୍ ଟ୍ୟାଙ୍କର ସହ ଏକ କାର୍ ନମ୍ବର ଙଊ-୩୩-ଇଋ-୦୦୬୯ ଛିଡ଼ା ରହି ଡିଜେଲ୍ ବିକ୍ରୟ ପାଇଁ ଗ୍ରାହକ ଖୋଜୁଥିବା ସୂଚନା ମିଳିଥିଲା।

ସୂଚନା ପାଇ ପେଟ୍ରୋଲିଂ ଟିମ୍ ଉକ୍ତ ସ୍ଥାନରେ ପହଞ୍ଚି ଘଟଣାଟି ସତ୍ୟ ଥିବା ଜାଣି ପାରିଥିଲେ। ଗାଡ଼ିରେ ଥିବା ଲୋକଙ୍କୁ ପଚରା ଉଚୁରା ଏବଂ କାଗଜ ପତ୍ର ମାଗିବାରୁ ସେମାନେ ତାହା ଦେଖାଇ ପାରି ନ ଥିଲେ। ଏହା ପରେ ପୋଲିସ୍ ଉକ୍ତ ଟ୍ୟାଙ୍କର୍ ଓ କାରକୁ ଜବତ୍ କରିବା ସହ ଅନୁଗୁଳ ଜିଲ୍ଲା ନିବାସୀ ପପୁନ୍ ବାରିକ, ସନନ୍ଦ ନାଏକ୍ ଏବଂ ଦୁଷ୍ମନ୍ତ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ପକ୍ଷରେ ଏହି ଗ୍ୟାଙ୍ଗର ମାଷ୍ଟର୍ ମାଇଣ୍ଡ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ୍ କରାଯିବ ବୋଲି ବଡ଼ବିଲ ଥାନା ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.