fbpx

ବିପିନଙ୍କ ବିୟୋଗରେ ଶୋକ: ରାଷ୍ଟ୍ରପତିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ: ହେଲିକପ୍ଟର କ୍ରାସରେ ସିଡିଏସ ବିପିନ ରାୱତଙ୍କ ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣା ଦୋହଲାଇଦେଇଛି ସାରା ଦେଶକୁ । ବୁଧବାର ସିଡିଏସ ୱେଲିଂଟନ୍ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ ଯାଉଥିବା ସମୟରେ ବାୟୁସେନା ହେଲିକପ୍ଟର ଏଆଇ ୧୭ ଭି୫ କ୍ରାସ ହୋଇଥିଲା । ସିଡିଏସଙ୍କ ସହ ତାଙ୍କ ପତ୍ନୀଙ୍କ ମଧ୍ୟ ବିୟୋଗ ହୋଇଛି । ଏହା ସହ ହେଲିକପ୍ଟରରେ ଥିବା ଅନ୍ୟ ୧୧ ଜଣଙ୍କର ମୃତ୍ୟୁ ହୋଇଛି ।

ସେପଟେ ସିଡିଏସଙ୍କ ବିୟୋଗକୁ ନେଇ ଶୋକ ପ୍ରକାଶ କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକପ୍ରକାଶ କରି କହିଛନ୍ତି ଦେଶ ଜଣେ ବୀର ପୁଅକୁ ହରାଇଲା ଦେଶ । ରକ୍ଷାମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିପିନ ରାୱତଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.