fbpx
BJD SKY
BJD SKY

ଜିତିଲେ ମହିଳାଙ୍କୁ ମିଳିବ ସ୍କୁଟି, ସ୍ମାର୍ଟ ଫୋନ ଓ ଭତ୍ତା: ନିର୍ବାଚନ ପୂର୍ବରୁ ମହିଳା କାର୍ଡ ଖେଳିଲେ ନେତ୍ରୀ

BJD

ନୂଆଦିଲ୍ଲୀ: ଆସନ୍ତା ୨୦୨୨ ଉତ୍ତରପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସ ସମସ୍ତ ରଣନୀତି ଆପଣାଇ ରଣାଙ୍ଗନକୁ ଓହ୍ଲାଇଛି । ଯୁବତୀମାନଙ୍କୁ ସ୍ମାର୍ଟଫୋନ ଓ ସ୍କୁଟି, ବୟସ୍କ ଓ ବିଧବାଙ୍କୁ ପ୍ରତ୍ୟେକ ମାସରେ ୧ ହଜାର ଟଙ୍କା ଲେଖାଏଁ ପେନସନ ଘୋଷଣା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଟ୍ୱିଟର ମାଧ୍ୟମରେ ଏହି ଘୋଷଣାପତ୍ର ଜରିଆରେ ସେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରିଛନ୍ତି ।

କିଛିଦିନ ପୂର୍ବରୁ ପାର୍ଟି ମହାସଚିବ ପ୍ରିୟଙ୍କା ଆସନ୍ତା ନିର୍ବାଚନରେ ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବାକୁ ଘୋଷଣା କରିଥିଲେ । ମହିଳାମାନଙ୍କର ସଂଘର୍ଷମୟ ଜୀବନକୁ ଦୃଷ୍ଟିରେ ରଖି ସେ ଏହି ଘୋଷଣା ପତ୍ର ପ୍ରସ୍ତୁତ କରିଥିଲେ । ରାଜ୍ୟରେ ସରକାର କ୍ଷମତାକୁ ଆସିଲେ ମାଗଣାରେ ୩ଟି ଫିଲିଂ ସିଲିଣ୍ଡର ସହ ମହିଳାଙ୍କୁ ମାଗଣା ବସ୍ ଯାତ୍ରା ସୁବିଧା ଦିଆଯିବ । ଅଙ୍ଗନୱାଡ଼ି ଓ ଆଶା କର୍ମୀଙ୍କୁ ପ୍ରତି ମାସରେ ୧୦ ହଜାର ଟଙ୍କା ପ୍ରଦାନ, ବୀରାଙ୍ଗାନାଙ୍କ ନାମରେ ୭୫ଟି ଦକ୍ଷତା ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି ପ୍ରିୟଙ୍କା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶରେ କଂଗ୍ରେସ ୩୨ ବର୍ଷ ହେଲା କ୍ଷମତା ବାହାରେ ରହିଛି । ତେଣୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପ୍ରୟାସରେ ପ୍ରିୟଙ୍କା ରହିଛନ୍ତି । ୟୁପିରେ ମୋଟ ୪୦୦ଟି ଆସନ ମଧ୍ୟରୁ ୧୬୦ ଜଣ ମହିଳା ପ୍ରାର୍ଥୀଙ୍କୁ କଂଗ୍ରେସ ଟିକେଟ୍ ପ୍ରଦାନ କରୁଥିବାରୁ ଆସନ୍ତା ନିର୍ବାଚନରେ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି ।

Get real time updates directly on you device, subscribe now.