fbpx

ସେନାକୁ ବଡ ସଫଳତା: ଜମ୍ମୁ କଶ୍ମୀରରେ ଟଳିଲେ ୩ ଲସ୍କର ଆତଙ୍କୀ

ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷା ବଳ ଅଧିକାରୀଙ୍କୁ ବଡ ସଫଳତା । ବୁଧବାର ୩ ଲସ୍କର ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । ଆତଙ୍କୀ ମାନଙ୍କର ପରିଚୟ ମିଳିନଥିବା ବେଳେ ସେମାନେ ସ୍ଥାନୀୟ ବାସିନ୍ଦା ହୋଇଥିବା ନେଇ ପୋଲିସ ଆଶଙ୍କା କରୁଛି । ନିହତ ଆତଙ୍କୀଙ୍କ ନିକଟରୁ ବିପୁଳ ପରିମାଣର ଗୋଳା ବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏହାକୁ ମିଶାଇ ଚଳିତ ବର୍ଷ ନିପାତ ଆତଙ୍କୀଙ୍କ ସଂଖ୍ୟା ୧୬୦ ପାର କରିଛି । ଏହା ମଧ୍ୟରେ ଲସ୍କର, ଜୈଶ ଓ ହିଜବୁଲ ମୁଜାହିଦ୍ଦିନିର ଆତଙ୍କୀ ସାମିଲ ଅଛନ୍ତି ।

ଆତଙ୍କୀ ମାନେ ଲୁଚି ରହିଥିବାର ଖବର ମିଳିବା ପରେ ପୁଲିସ ଓ ସେନା ପକ୍ଷରୁ ମିଳିତ ଭାବରେ ଅପରେସନ କରାଯାଇଥିଲା । ଅପରେସନ ସମୟରେ ଆତଙ୍କୀ ମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ପାଲଟା ଗୁଳି ଚାଳନାରେ ୩ ଆତଙ୍କୀ ସଫା ହୋଇ ଯାଇଥିଲେ । ବୁଧବାର ସନ୍ଧ୍ୟା ସୁଦ୍ଧା ଏନକାଉଣ୍ଟର ଶେଷ ହୋଇଥିଲେ ହେଁ ତଲାଶୀ ଅଭିଯାନ ଜାରି ରହିଛି ।

Get real time updates directly on you device, subscribe now.