fbpx

ବନ୍ୟା ପ୍ରପୀଡିତଙ୍କୁ ସହାୟତାର ହାତ ବଢାଇଲେ ପ୍ରଭାସ; ଦାନ କଲେ ୧ କୋଟି

କିଛିଦିନ ତଳେ ଆନ୍ଦ୍ର ପ୍ରଦେଶରେ ଆସିଥିବା ବନ୍ୟାରେ ବହୁ ଲୋକେ ଅନେକ କ୍ଷୟକ୍ଷତିର ସାମ୍ନା କରିଛନ୍ତି । ରାଜ୍ୟରେ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ଅଭିନେତା ପ୍ରଭାସ ମଙ୍ଗଳବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ଦାନ ଘୋଷଣା କରିଛନ୍ତି। ସମ୍ପ୍ରତି ପ୍ରବଳ ବର୍ଷା ତିରୁପତି ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇ ଅନେକଙ୍କୁ ହତାସାର ସମ୍ମୁଖୀନ ହେବାକୁ ପଡିଥିଲା।

ସେହିପରି ଅଭିନେତା ଚିରଞ୍ଜିବି, ମହେଶ ବାବୁ, ଜୁନିଅର ଏନଟିଆର ଏବଂ ରାମ ଚରଣ ୨୫ ଲକ୍ଷ ଲେଖାଏଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡଙ୍କୁ ଦାନ କରିଛନ୍ତି । ୨୦୨୦ ରେ ହାଇଦ୍ରାବାଦରେ ପ୍ରବଳ ବର୍ଷା ଏବଂ କରୋନାଭାଇରସ୍ ଦ୍ୱାରା ଲକଡାଉନ୍ ସମୟରେ ତେଲୁଗୁ ଚଳଚ୍ଚିତ୍ର ଜଗତ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲା। ସେହି ସମୟରେ ପ୍ରଭାସ ୪.୫ କୋଟି ଟଙ୍କା ଦାନ କରିଥିବାବେଳେ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ଏଥିରେ ବିଶେଷ ଅବଦାନ ଦେଇଥିଲେ ।

Get real time updates directly on you device, subscribe now.