fbpx
BSKY
BJD MC SKY
BJD MS SKY

Brain Eating Amoebaକୁ ନେଇ ପୁଣି ବଢ଼ିଲା ଚିନ୍ତା: ନାକ ବାଟେ ପଶି ମସ୍ତିଷ୍କକୁ ଖାଇ ଦେଉଛି, ରୋଗୀ ୧୦ ଦିନରେ ମରିବା ଥୟ, ଏହାର ଲକ୍ଷଣ ଓ ନିରାକରଣ କ’ଣ

ନୂଆଦିଲ୍ଲୀ: ଚୀନରୁ ଆରମ୍ଭ ହୋଇଥିବା ବିଏଫ-୭ ଭାରିଆଣ୍ଟ ଏବେ ସାରା ବିଶ୍ୱର ଚିନ୍ତାର କାରଣ ପାଲଟିଛି । ତେବେ ଏହା ମଧ୍ୟରେ ପୁଣି ଏକ ଘାତକ ଭାଇରସକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି । ବ୍ରେନ୍ ଇଟିଂ ଅମୀବା କାରଣରୁ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଥାଇଲ୍ୟାଣ୍ଡରେ ରହୁଥିବା ଉକ୍ତ ବ୍ୟକ୍ତି ଜଣଙ୍କର ନେଗଲେରିୟା ଫାଉଲେରୀ ଦ୍ୱାରା ସଂକ୍ରମିତ ହେବାର ୪ ମାସ ପରେ ମୃତ୍ୟୁବରଣ କରିଥିବା କୋରିଆ ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ ସଂସ୍ଥା (କେଡିସିଏ) ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହି ଅମୀବା ଗାଧୋଇବା ସମୟରେ ନାକ ମାଧ୍ୟମରେ ଶରୀରରେ ପ୍ରବେଶ କରିଥାଏ । ତା’ପରେ ଏହା ମସ୍ତିଷ୍କରେ ପହଞ୍ଚି ଟିସୁ ଓ ଶିରାକୁ କ୍ଷତି ପହଞ୍ଚାଇଥାଏ । ବ୍ରେନରେ ଏହି ଅମୀବା ପହଞ୍ଚି ଯାଉଥିବାରୁ ଏହାର ଚିକିତ୍ସା ସମ୍ଭବପର ହୋଇନଥାଏ । ତେଣୁ ଶେଷରେ ରୋଗୀ ମୃତ୍ୟୁବରଣ କରିବା ଅବଶ୍ୟମ୍ଭାବୀ ହୋଇଥାଏ । ନଦୀ, ଓଦା ମାଟି, ପାଣିରେ ଏହି ଅତି କ୍ଷୁଦ୍ର ଅମୀବା ରହିଥାଏ । ଏହାକୁ ମାଇକ୍ରୋସ୍କୋପ ମାଧ୍ୟମରେ ଦେଖିବ ସମ୍ଭବ ହୋଇଥାଏ । ଏହା ବ୍ରେନରେ ପହଞ୍ଚିବା ପରେ ବ୍ରେନ ସେଲସକୁ ଖାଇ ଦେଇଥାଏ, ଫଳରେ ରୋଗୀର ମୃତ୍ୟୁ ଘଟିଥାଏ ।

ଡାକ୍ତରଙ୍କ ମତରେ, ଏହି କେସ ବହୁତ କମ୍ ଆସିଥାଏ, ମାତ୍ର ସଂକ୍ରମିତ ହେବା ପରେ ମୃତ୍ୟୁହାର ଯଥେଷ୍ଟ ଅଧିକ ହୋଇଥାଏ । ୧୦ରୁ କୌଣସି ଜଣେ ବ୍ୟକ୍ତି ଏଥିରେ ବଞ୍ଚି ପାରିଥାଏ । ଏହି ଅମୀବା ଦ୍ରୁତ ଭାବେ ମ୍ୟୁଟେଟ କରିବା ସହିତ କମ ସମୟରେ ନିଜର ରୂପ ପରିବର୍ତ୍ତନ କରିପାରେ । ସଂକ୍ରମିତ ହେବାର ୧୦ ଦିନ ମଧ୍ୟରେ ରୋଗୀ ମୃତ୍ୟୁବରଣ କରିଥାଏ । ଏକସଙ୍ଗେ ଏହା ଅନେକ ଲୋକଙ୍କୁ ସଂକ୍ରମିତ କରିପାରେ ।

ଏହି ଅମୀବା ପ୍ରକୋପରୁ ବର୍ତ୍ତିବା ପାଇଁ ପରିଷ୍କାର ପାଣି ସେବନ, ଗାଧୋଇବା ସମୟରେ ନାକରେ ପାଣି ପଶିବାକୁ ନଦେବା, ଅପରିଷ୍କାର ପାଣିରେ ନ ଗାଧୋଇବା, ପୋଖରୀ, ନଦୀ ପାଣିକୁ ନିୟମିତ ଭାବେ ସଫା କରିବା ନିହାତି ଜରୁରୀ । ବୁଖାର ଆସିବା, ବାନ୍ତି ହେବା, କନଫ୍ୟୁଜନ, ମୁଣ୍ଡବ୍ୟଥା ଆଦି ଏହାର ସାଧାରଣ ଲକ୍ଷଣ । ଗତ ଅକ୍ଟୋବର ମାସରେ ଆମେରିକାର ନେବ୍ରାସ୍କାର ଜଣେ ବାଳକ ନଦୀରେ ଗାଧୋଇବାର ୧୦ ଦିନ ପରେ ଏହି ଅମୀବା କାରଣରୁ ମୃତ୍ୟୁବରଣ କରିଥିଲା । ଉକ୍ତ ବାଳକଟିର ବ୍ରେନରେ ପ୍ରୋଇମେରୀ ଅମୀବିକ ମେନିଙ୍ଗୋଏନ୍ସେଫଲାଇଟିସ (ପାମ) ପଶି ସଂକ୍ରମିତ କରିଥିବା ଜଣାପଡ଼ିଥିଲା । ତେବେ ୧୯୬୨ ମସିହାରୁ ଅମୀବା ୧୫୪ ଜଣଙ୍କୁ ସଂକ୍ରମିତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ୪ ଜଣ ସୁସ୍ଥ ଲାଭ କରିଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ଏହି ଅମୀବା ସଂକ୍ରମଣର କୌଣସି ସଠିକ୍ ଚିକିତ୍ସା ବାହାରି ନାହିଁ ।

Get real time updates directly on you device, subscribe now.