ନୂଆଦିଲ୍ଲୀ: ଏକ ନିଆରା ପ୍ରେମ କାହାଣୀରେ ବ୍ରାଜିଲର ୫୧ ବର୍ଷୀୟା ମହିଳା ରୋଜି ନାଏଦ ଶିକେରା ୩୦ ବର୍ଷୀୟ ପୱନ ଗୋଏଲଙ୍କ ସହ ରହିବା ପାଇଁ ନିଜ ଦେଶ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ରୋଜି ଏବଂ ପୱନଙ୍କ ସାକ୍ଷାତ ଗତ ବର୍ଷ କଚ୍ଛ ଭ୍ରମଣ ସମୟରେ ହୋଇଥିଲା । ବୟସର ପାର୍ଥକ୍ୟ ଏବଂ ଭାଷାଗତ ଅସୁବିଧା ସତ୍ତ୍ୱେ ସେମାନଙ୍କ ବନ୍ଧୁତା ଏକ ଗଭୀର ପ୍ରେମରେ ପରିଣତ ହୋଇଥିଲା ।
କିନ୍ତୁ ସେମାନଙ୍କ ପ୍ରେମ ଭାଷା ପ୍ରତିବନ୍ଧକକୁମାନି ନଥାଲା । ଗୁଗୁଲ ଟ୍ରେନ୍ସଲେଟର ସାହାରା ନେଇଥିଲେ ପ୍ରେମୀଯୁଗଳ । ସୋସିଆଲ ମିଡିଆ ଜରିଆରେ କଥା ବାର୍ତ୍ତା ବେଳେ ଦୁହେଁ ବୁଝିପାରିଥିଲେ । ସ୍ୱାମୀ ଓ ୩୨ ବର୍ଷୀୟ ପୁଅ ସହ ରହୁଥିବା ରୋଜି ନିଜ ଜୀବନକୁ ବଦଳାଇବା ପାଇଁ କଠିନ ନିଷ୍ପତ୍ତି ନେଇ ସବୁ କିଛି ଛାଡି ଭାରତ ଆସିଥିଲେ । ଏବେ ଦିଲ୍ଲୀରେ ପୱନଙ୍କ ପରିବାର ସହ ରହୁଥିବା ରୋଜି ନିଜ ବିବାହ ଘୋଷଣା କରିଛନ୍ତି ।
ସେ ତାଙ୍କ ବିବାହ ନିମନ୍ତ୍ରଣ ସ୍ଥାନୀୟ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ରୋଜି କହିଛନ୍ତି ଯେ ବିବାହ ପରେ ସେ ଭାରତରେ ସ୍ଥାୟୀ ଭାବରେ ବସବାସ କରିବାକୁ ଚାହୁଁଛନ୍ତି, ଯାହାଦ୍ୱାରା ସେ ତାଙ୍କ ନୂତନ ଜୀବନକୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିପାରିବେ । ହେଲେ ଦୁହିଁଙ୍କର ଦେଶ ଏବଂ ଧର୍ମ ଅଲଗା ହୋଇଥିବାରୁ କିଛି ସମସ୍ୟା ରହିଛି । ତେଣୁ ଏକ ସ୍ୱତନ୍ତ୍ର ବିବାହ ପାଇଁ ଉଭୟେ ଭୀଣ୍ଡର ଅତିରିକ୍ତ କଲେକ୍ଟର କୋର୍ଟରେ ବିବାହ ପାଇଁ ଆବେଦନ କରିଛନ୍ତି ।