fbpx

ଦଶହରା ପୂଜା ବୁଲିବାକୁ ଯାଇ ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୨ ବାଇକ ଧକ୍କାରେ ୪ ମୃତ, ୩ ଗୁରୁତର

ଓଡିଶା ଭାସ୍କର; ଦଶହରା ପୂଜା ବୁଲିବାକୁ ଯାଇ ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଓ ଏହା ସହ ୩ ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ନୂଆପଡା ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଥିବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ବୋଡେ଼ନ ଥାନା ରାଜପୁର ଛକରେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ମୃତକଙ୍କୁ ବାଦ ଦେବା ପରେ ଏବେ ବି ୩ ଜଣ ଗୁରୁତର ଭାବେ ଆହତ ରହିଛନ୍ତି । ବୋଡେ଼ନ ଓ ନୂଆପଡା ଚିକିତ୍ସାଳୟରେ ୩ ଗୁରୁତରଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଦଶହରା ପର୍ବ ଉପଲକ୍ଷେ ବୁଲାବୁଲି କରି ଫେରୁଥିବା ବେଳେ ବାଇକ ଦୁର୍ଘଟଣାରେ ସମସ୍ତେ ଶିକାର ହୋଇଛନ୍ତି ।

Get real time updates directly on you device, subscribe now.