fbpx

ଜାଭେଲିନ ଥ୍ରୋ’ରେ ପୁଣି ଏକ ସ୍ୱର୍ଣ୍ଣ ଜିତିଲା ଭାରତ: F37/38 ଇଭେଣ୍ଟରେ ରେକର୍ଡ କଲେ ହାନେ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ତୃତୀୟ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଓ ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଜିତିଥିଲା । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୩୪ରେ ପହଞ୍ଚିଥିବା ବେଳେ ସେଥି ମଧ୍ୟରେ ୯ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।

ପୂର୍ବରୁ ଭାରତ ପୁରୁଷ ଜାଭେଲିନ ଥ୍ରୋ’ରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁଣି ଜିତିଛି ଆଉ ଏକ ସ୍ୱର୍ଣ୍ଣ । ଏଫ୩୭/୩୮ ଇଭେଣ୍ଟ ଫାଇନାଲରେ ଜିତି ହାନେ ରେକର୍ଡ କରିଛନ୍ତି । ହାନେ ୫୫.୯୭ ମିଟର ଥ୍ରୋ କରି ଏହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହାଫଳରେ ଭାରତର ମୋଟ ପଦକ ସଂଖ୍ୟା ୪୩ରେ ପହଞ୍ଚିଥିବା ବେଳେ ସେଥିମଧ୍ୟରେ ୧୧ଟି ସ୍ୱର୍ଣ୍ଣ, ୧୩ଟି ରୌପ୍ୟ ଓ ୧୯ଟି ବ୍ରୋଞ୍ଜ ପଦକ ସାମିଲ ରହିଛି ।

ଚଳିତ ପାରା ଗେମ୍ସରେ ଭାରତୀୟ କ୍ରୀଡ଼ାବିତମାନେ ସେମାନଙ୍କର ଉଚ୍ଚକୋଟୀର ପ୍ରଦର୍ଶନ ଜାରି ରଖିଛନ୍ତି । ଏହା ମଧ୍ୟରେ ଭାରତ ଆଜି ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛି । ପୁରୁଷ ଜାଭେଲିନ୍ ଥ୍ରୋ ଏଫ୬୪ ଇଭେଣ୍ଟରେ ସୁମିତ ଅନ୍ତିଲ ସ୍ୱର୍ଣ୍ଣ ପଦକ ଜିତିବା ସହିତ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ । ସେହିଭଳି ଭାରତର ପୁଷ୍ପେନ୍ଦ୍ର ସିଂହ ମଧ୍ୟ ଏହି ଇଭେଣ୍ଟରେ ୬୨.୦୬ ମିଟର ଥ୍ରୋ କରି ବ୍ରୋଞ୍ଜ ପଦକ ଜିତିଥିଲେ ।

Get real time updates directly on you device, subscribe now.