fbpx

BREAKING NEWS; ପୁଣି ପ୍ରାଣ ହରାଇଲେ ଆଉ ଜଣେ ଓଡ଼ିଆ ଯବାନ

ଓଡିଶା ଭାସ୍କର; ପୁଣି ପ୍ରାଣ ହରାଇଲେ ଆଉ ଜଣେ ଓଡ଼ିଆ ଯବାନ । ରାୟପୁର ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଯବାନ ଜଣକଙ୍କର ପରଲୋକ ଘଟିଛି । ସହିଦ ବିଏସଏଫ ଯବାନ ପ୍ରକାଶ ଚନ୍ଦ୍ର ସିଅଲଙ୍କ ଘର ବାଲେଶ୍ଵର ନେଇ ସୂଚନା ମିଳିଛି । ଗତକାଲି ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଆହତ ହୋଇଥିଲେ ପ୍ରକାଶ ।

ସୂଚନା ଅନୁଯାୟୀ, ଗତକାଲି ପୋଲିଂ ପାର୍ଟିକୁ ସୁରକ୍ଷା ଦେବାକୁ ଯାଉଥିବା ବେଳେ ଯବାନ ଜଣଙ୍କ ବିସ୍ଫୋରଣରେ ଆହତ ହୋଇଥିଲେ । ମାଲାକାନାଗିରି ସୀମାନ୍ତ କାଙ୍କେର ଜିଲ୍ଲା ରେଙ୍ଗାବାଇ ଜଙ୍ଗଲରେ ଏହି ବିସ୍ଫୋରଣ ଘଟିଥିଲା । ଏହାପରେ ସେ ରାୟପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଆଜି ଯବାନଙ୍କର ପରଲୋକ ଘଟିଛି ।

Get real time updates directly on you device, subscribe now.