fbpx

୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ: ଲଗାତାର ୬ ଦିନ ବ୍ୟାଙ୍କଗୁଡ଼ିକରେ ଝୁଲିବ ତାଲା

ନୂଆଦିଲ୍ଲୀ: ଏହି ମାସରେ ଧନତେରସ, ଦିୱାଲୀ ଏବଂ ଛଟ୍ ପୂଜା ସହିତ ଅନେକ ପର୍ବ ରହିଛି । ଯଦି ଆପଣଙ୍କର ମଧ୍ୟ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାର୍ଯ୍ୟ ଅଛି, ତା’ହେଲେ ଏହା ପୂର୍ବରୁ ଛୁଟିଦିନର ତାଲିକା ଯାଞ୍ଚ କରନ୍ତୁ । ବର୍ତ୍ତମାନ ଏହି ସପ୍ତାହ ବ୍ୟାଙ୍କଗୁଡିକ ବୁଧବାର ଏବଂ ଗୁରୁବାର ଦିନ କେବଳ ଦୁଇ ଦିନ ପାଇଁ ଖୋଲିବ । ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଏପରି ପରିସ୍ଥିତିରେ, ଯଦି ଆପଣଙ୍କର କୌଣସି କାମ ଅଛି ତେବେ ଏହାକୁ କେବଳ ଏହି ୨ ଦିନରେ ଶେଷ କରନ୍ତୁ ।

ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ବ୍ୟାଙ୍କ ଛୁଟି ତାଲିକାରେ ରାଜ୍ୟ ଛୁଟି ମଧ୍ୟ ସାମିଲ ରହିଛି । ଆସନ୍ତୁ ଜାଣିବା ନଭେମ୍ବର ମାସରେ କେଉଁ ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।

 

ଦିୱାଲୀରେ ବ୍ୟାଙ୍କ ଛୁଟି ତାଲିକା :-

>> ୧୦ ନଭେମ୍ବର – ଗୋବର୍ଦ୍ଧନ ପୂଜା / ଲକ୍ଷ୍ମୀ ପୂଜା / ଦୀପାବଳି / ଦିୱାଲୀ ଯୋଗୁଁ ବ୍ୟାଙ୍କଗୁଡିକ ଶୀଲୋଙ୍ଗରେ ବନ୍ଦ ରହିବ ।
>> ୧୧ ନଭେମ୍ବର – ଦ୍ୱିତୀୟ ଶନିବାର ହେତୁ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
>> ନଭେମ୍ବର ୧୨ – ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ରବିବାର ବନ୍ଦ ରହିବ ।
>> ୧୩ ନଭେମ୍ବର – ଗୋବର୍ଦ୍ଧନ ପୂଜା / ଲକ୍ଷ୍ମୀ ପୂଜା / ଦୀପାବଳି / ଦିୱାଲୀ ଯୋଗୁଁ ଅଗରତାଲା, ଡେହରାଡୁନ୍, ଗଙ୍ଗଟୋକ, ଇମ୍ଫାଲ, ଜୟପୁର, କାନପୁର, ଲଖନଉରେ ବ୍ୟାଙ୍କଗୁଡିକରେ ଛୁଟିଦିନ ରହିବ ।
>> ୧୪ ନଭେମ୍ବର – ଅହମ୍ମଦାବାଦ, ବେଲାପୁର, ବେଙ୍ଗାଲୁରୁ, ଗଙ୍ଗଟୋକ, ମୁମ୍ବାଇ, ନାଗପୁରରେ ଦିୱାଲୀ / ବିକ୍ରମ ସୱନ୍ତ ନୂଆ ବର୍ଷ / ଲକ୍ଷ୍ମୀ ପୂଜାରେ ବ୍ୟାଙ୍କଗୁଡିକରେ ଛୁଟିଦିନ ରହିବ ।
>> ୧୫ ନଭେମ୍ବର – ଭାଇଦୁଜ / ଚିତ୍ରଗୁପ୍ତ ଜୟନ୍ତୀ / ଲକ୍ଷ୍ମୀ ପୂଜା / ନିଙ୍ଗଲ ଚକ୍କୁବା / ଭାତୃ ଦ୍ୱିତୀୟା କାରଣରୁ ବ୍ୟାଙ୍କ ଗଙ୍ଗଟୋକ, ଇମ୍ଫାଲ, କାନପୁର, କୋଲକାତା, ଲଖନଉ ଏବଂ ଶିମଲାରେ ବନ୍ଦ ରହିବ ।

ଅନଲାଇନ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରନ୍ତୁ :-
ନଭେମ୍ବର ମାସରେ ବ୍ୟାଙ୍କଗୁଡିକ ଛୁଟିଦିନରେ ବନ୍ଦ ରହିବ ଏବଂ ବ୍ୟାଙ୍କ ଏହି ସୁବିଧା ଯୋଗାଇ ଦେଇଛି ଯେ ଲୋକମାନେ ମୋବାଇଲ୍ ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଘରେ ବସି କାମ କରିପାରିବେ, କିନ୍ତୁ ଏଭଳି ପରିସ୍ଥିତିରେ ଆପଣ ଏଟିଏମରୁ ନଗଦ ଟଙ୍କା ଉଠାଇବା ସମୟରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ଛୁଟି ପୂର୍ବରୁ କ୍ୟାସର ବ୍ୟବସ୍ଥା କରନ୍ତୁ ।

Get real time updates directly on you device, subscribe now.