fbpx

ବାସି ରୁଟି ସ୍ୱାସ୍ଥ୍ୟ ପାଇଁ ଉପକାରୀ, କିନ୍ତୁ ବାସି ଚକଟା ଅଟା କ୍ଷତିକାରକ : ଭୋଗିପାରନ୍ତି ଏହି ସମସ୍ୟା

ଅଧିକାଂଶ ଲୋକେ ସମୟ ବଞ୍ଚାଇବା ପାଇଁ ହେଉ କିମ୍ବା ସମୟ ଅଭାବ କାରଣରୁ ସକାଳର ଜଳଖିଆ ପାଇଁ ରାତିରେ ଅନେକ ପ୍ରସ୍ତୁତି କରିଥାଆନ୍ତି । ସେହିପରି ଅନେକ ଲୋକଙ୍କୁ ବାସି ରୁଟି ଖାଇବା ପସନ୍ଦ । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଖୁବ୍ ଉପକାରୀ । ମାତ୍ର କିଛି ଲୋକେ ସକାଳେ ରୁଟି ପାଇଁ ରାତିରେ ହିଁ ଅଟା ଚକଟି ରଖି ଥାଆନ୍ତି । ଯେପରି ସକାଳେ ରୁଟି ଶୀଘ୍ର ପ୍ରସ୍ତୁତ ହୋଇ ଯିବ । ମାତ୍ର ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହାର କୁପ୍ରଭାବ ଶରୀର ଉପରେ ପଡିଥାଏ । ବାସି ରୁଟି ସ୍ୱାସ୍ଥ୍ୟ ପାଇଁ ଉପକାରୀ । ମାତ୍ର ବାସି ଚକଟା ଅଟା ସ୍ୱାସ୍ଥ୍ୟ ପାଇଁ କି କି କ୍ଷତି କରିଥାଏ । ଜାଣନ୍ତୁ..

ବାସି ରୁଟି ମଧୁମେହ ରୋଗୀଙ୍କ ପାଇଁ ଉପକାରୀ । ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ । ଖାଦ୍ୟ ହଜମ କରିବାରେ ସହାୟକ ହୋଇଥାଏ । ମାତ୍ର ପ୍ରସ୍ତୁତ ହେବା ପରେ ୧୨ ରୁ ୧୫ ଘଣ୍ଟା ମଧ୍ୟରେ ବାସି ରୁଟି ଖାଇବା ନିତାନ୍ତ ଅବାଶ୍ୟକ । ଓଦା ଅର୍ଥାତ ଚକଟା ଅଟାରେ ବ୍ୟାକ୍ଟେରିଆ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ । ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

ନିୟମିତ ଏହି ଅଟାରେ ରୁଟି ପ୍ରସ୍ତୁତ କରି ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହେବା ସହ ଅନେକ ମାରାତ୍ମକ ରୋଗର ଏହା କାରଣ ପାଲଟିଥାଏ । ଚକଟା ଅଟା ରଖି ଏହାର ବ୍ୟବହାର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।

ପାଣି ବ୍ୟବହାର କରି ହେଉଥିବା ଚକଟା ଅଟାକୁ ତୁରନ୍ତ ବ୍ୟବହାର କରିବା ଉଚିତ । କାରଣ ଅଧିକ ସମୟ ପର୍ଯ୍ୟନ୍ତ ଅଟା ପାଣି ସଂସ୍ପର୍ଶରେ ଆସିବା ଦ୍ୱାରା ଏଥିରେ ଅନେକ ରାସାୟନିକ ପରିବର୍ତ୍ତନ ଘଟିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଥାଏ ।

Get real time updates directly on you device, subscribe now.