fbpx
BSKY
BJD MC SKY
BJD YOUTH SKY

AUS vs AFG ମାକ୍ସୱେଲଙ୍କ ବିସ୍ଫୋରକ ଡବଲ ସେଞ୍ଚୁରୀ: ବିଜୟ ସହ ସେମି ଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଆଫାଗାନିସ୍ତାନ ବିପକ୍ଷ ମ୍ୟାଚରେ ଦମଦାର ବିଜୟ ହାସଲ କରି ସେମି ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ । ଷ୍ଟାର ଅଲରାଉଣ୍ଡର ଗ୍ଲେନ ମାକ୍ସୱେଲ ବିସ୍ଫୋରକ ଡବଲ ସେଞ୍ଚୁରୀ ସହ ଅଷ୍ଟ୍ରେଲିଆକୁ ବିଶାଳ ବିଜୟ ଭେଟି ଦେଇଛନ୍ତି । ମାତ୍ର ୧୨୮ ବଲରେ ୨୦୧ ରନର ବିସ୍ଫୋରକ ଦ୍ୱିଶତକ ନିଜ ନାମରେ କରିଛନ୍ତି ଗ୍ଲେନ ମାକ୍ସୱେଲ । ଏହି ବିସ୍ଫୋରକ ଇନିଂସରେ ୨୧ଟି ଚୌକା ସହ ୧୦ଟି ବଡ଼ ଛକା ସାମିଲ ରହିଛି । ତେବେ ମାକ୍ସୱେଲ ଏକାକୀ ଏହି ମ୍ୟାଚରେ ଲଢି ଅଷ୍ଟ୍ରେଲିଆକୁ ସେମି ଟିକେଟ ଭେଟି ଦେଇଛନ୍ତି । ଆଫଗାନିସ୍ତାନର ୨୯୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୨୯୩ ରନ ହାସଲ କରି ବିଜୟୀ ହୋଇଛି । ତେବେ ଏଥିମଧ୍ୟରୁ ମାକ୍ସୱେଲ ଏକା ହିଁ ୨୦୧ ରନ୍ କରି ଦଳକୁ ବିଜୟୀ କରାଇଛନ୍ତି ।

ଆଫଗାନିସ୍ତାନର ୨୯୨ ରନର ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ମାତ୍ର ୯୧ ରନରେ ୭ଟି ମୂଲ୍ୟବାନ ୱିକେଟ ହରାଇଥିବା ବେଳେ ଅଷ୍ଟ୍ରେଲିଆ ପରାଜୟର ସମ୍ମୁଖୀନ ହେବା ଦିଗରେ ଆଗେଇଥିଲା । କିନ୍ତୁ ଆଫଗାନିସ୍ତାନର ବିଜୟ ରଥ ସାମ୍ନାରେ ଆସିଥିଲେ ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମାକ୍ସୱେଲ ଏକ ବିଶାଳ ସ୍କୋର ଠିଆ କରିଛନ୍ତି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ବିଶ୍ୱକପ ଇତିହାସର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି ଗ୍ଲେନ ମାକ୍ସୱେଲ । ମାତ୍ର ୧୨୮ ବଲରେ ୨୧ ଚୌକା ସହ ୧୦ଟି ଛକା ସହ ୨୦୧ ରନର ଏକ ବିସ୍ଫୋରକ ଇନିଂସ ଖେଳିଛନ୍ତି ଏହି ଷ୍ଟାର ଅଲରାଉଣ୍ଡର ।

Get real time updates directly on you device, subscribe now.