fbpx
BSKY SKY
BSKY SKY

ସମ୍ବଲପୁର: ପୋଲିସ ଉପରକୁ ଗୁଳି ଚାଳନା କଲେ ଡକାୟତ

BSKY

ଓଡିଶା ଭାସ୍କର: ସମ୍ବଲପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଡକାୟତି ଘଟଣାରେ ଚଢ଼ାଉ ବେଳେ ପୋଲିସ ଉପରକୁ ଡକାୟତ ମାନେ ଗୁଳି ଚାଳନା କରିଛନ୍ତି। ଏହା ପରେ ପୋଲିସର ପାଲଟା ଗୁଳି ଚାଳନାରେ ଜଣେ ଡକାୟତ ଆହତ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ଏନ୍‌କାଉଣ୍ଟରେ ଶନିବାର ଜଣେ ଆହତ ହୋଇଥିବା ଜଣାପଡ଼ିଛି। ସହରର କେନ୍‌ଘାଟି ଆଇସ୍‌ ଫ୍ୟାକ୍ଟ୍ରି ନିକଟରେ ଏହି ଏନ୍‌କାଉଣ୍ଟର ହୋଇଛି। ଏକ ଡକାୟତି ଘଟଣାରେ ଚଢ଼ାଉ ବେଳେ ଏନ୍‌କାଉଣ୍ଟର ହୋଇଛି। ଡକାୟତମାନେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ। ଏହା ପରେ ପୋଲିସ ପାଲଟା ଗୁଳି ଚାଳନା କରିଥିଲା । ତେବେ ଏହି ଗୁଳି ଚାଳନା ଜଣେ ଡକାୟତ ଆହତ ହୋଇଥିଲା। ଉକ୍ତ ଦୁର୍ବୃତ୍ତର ଗୋଡ଼ରେ ଗୁଳି ବାଜିବାରୁ ତାକୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପୋଲିସ ଉପରକୁ ଗୁଳି ଚାଳନା ହେଉଥିବା ବେଳେ ସାଧାରଣ ଲୋକ ସେଠି କେତେ ସୁରକ୍ଷିତ ସେନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

Get real time updates directly on you device, subscribe now.