fbpx
BSKY
BJD MC SKY
BJD YOUTH SKY

ଭାରତର ଲୋକେ ରୋଷେଇ କଲେ ଆମେ ଖାଇବୁନି… ଟେଷ୍ଟ ସିରିଜ ପୂର୍ବରୁ ଏମିତି ଜିଦି କଲେ ଇଂଲଣ୍ଡ ଖେଳାଳି

ନୂଆଦିଲ୍ଲୀ: ଚଳିତ ମାସରେ ଇଂଲଣ୍ଡ କ୍ରିକେଟ ଟିମ୍ ଭାରତ ଗସ୍ତରେ ଆସୁଛି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତକୁ ଆସୁଛି ଇଂଲଣ୍ଡ କ୍ରିକେଟ ଦଳ । ତେବେ ଏହାପୂର୍ବରୁ ଦଳର ସଦସ୍ୟ ଏମିତି ଏକ ଜିଦି ଧରିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଗସ୍ତରେ ଭାରତୀୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇବା ପାଇଁ ମନା କରି ଦେଇଛନ୍ତି ଇଂଲଣ୍ଡ କ୍ରିକେଟର । ତେବେ ଖେଳାଳିମାନେ ନିଜ ଡାଇଟ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏଭଳି ଏକ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । ତେଣୁ ଖେଳାଳିମାନଙ୍କ ପାଇଁ ରୋଷେଇ କରୁଥିବା ବ୍ୟକ୍ତି ମଧ୍ୟ ଏବେ ସେମାନଙ୍କ ସହ ଯାତ୍ରା କରିବ ।

ଇଂଲଣ୍ଡ ଯିମ୍ ପ୍ରସିଦ୍ଧ ପୁଟବଲ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡର ରୋଷେୟାଙ୍କ ସହ ଯାତ୍ରା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ମସାଲାଯୁକ୍ତ ଖାଦ୍ୟ ପସନ୍ଦ କରୁଥିବା ଖେଳାଳିମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ । ଚଳିତ ମାସରେ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତ ଗସ୍ତରେ ଆସିବ ଟିମ ଇଲଣ୍ଡ । ଏହି ସିରିଜ ପାଇଁ ଇଂଲଣ୍ଡ ସହ ଶେଫ୍(ରୋଷେୟା) ଉମର ମେଜିୟାନ ମଧ୍ୟ ଯାତ୍ରା କରିପାରନ୍ତି । ଏହାପୂର୍ବରୁ ଉମର ଡିସେମ୍ବର ୨୦୨୨ରେ ଟିମ ସହ ପାକିସ୍ତାନ ଯାତ୍ରା କରିଥିଲେ ।

ରିପୋର୍ଟ ଅନୁସାରେ, ୭ ସପ୍ତାହର ଏହି ଯାତ୍ରା ସମୟରେ ଖେଳାଳିମାନଙ୍କୁ ଅସୁସ୍ଥତାରୁ ରକ୍ଷା କରିବା ପାଇଁ ଇଂଲଣ୍ଡ ଚଳିତମାସ ଶେଷରେ ନିଜ ରୋଷେୟାଙ୍କ ସହ ଭାରତକୁ ଆସିବ । ଜାନୁୟାରୀ ୨୫ ତାରିଖରେ ହାଇଦ୍ରାବାଦରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଉମର ମେଜିୟାନ୍ ଦଳ ସହ ସାମିଲ ହେବେ । ଇଂଲଣ୍ଡ ହାଇଦ୍ରାବାଦରେ ଏହି ସିରିଜ୍ ଆରମ୍ଭ କରିବ, ଏହା ପରେ ବିଶାଖାପାଟନମ୍, ରାଜକୋଟ, ରାଞ୍ଚି ଏବଂ ଧର୍ମଶାଳାରେ ଶେଷ ମ୍ୟାଚ୍ ଖେଳାଯିବ ।

Get real time updates directly on you device, subscribe now.