fbpx

ନୂଆ ଟେଷ୍ଟ, Agniveer ଭର୍ତ୍ତି ପାଇଁ ବଦଳିଲା ନିୟମ: ଖୁବଶୀଘ୍ର ଆରମ୍ଭ ହେବ ରେଜିଷ୍ଟ୍ରେସନ

ନୂଆଦିଲ୍ଲୀ: ସେନାରେ ଅଗ୍ନିପଥ ଯୋଜନାର ଅଗ୍ନିବୀରକୁ ନେଇ ହୋଇଛି ଏକ ବଡ଼ ପରିବର୍ତ୍ତନ । ଅଗ୍ନିବୀରରେ ଭର୍ତ୍ତି ପାଇଁ ହେଉଥିବା ପରୀକ୍ଷାରେ ଏହି ପରିବର୍ତ୍ତନ କରିଛି ସେନା ବୋର୍ଡ । ଏଣିକି ବିଭିନ୍ନ ପଦବୀ ପାଇଁ ଟାଇପିଙ୍ଗ ପରୀକ୍ଷା ମଧ୍ୟ ଦେବାକୁ ବାଧ୍ୟ ହେବେ ପ୍ରାର୍ଥି । ଅଗ୍ନିବୀର କ୍ଲର୍କ ଏବଂ ଷ୍ଟୋରକିପର ପଦବୀ ପାଇଁ ପ୍ରାର୍ଥିମାନଙ୍କୁ ଟାଇପିଙ୍ଗ ଟେଷ୍ଟ ଦେବାକୁ ପଡ଼ିବ । ଏହି ନିୟମ ଅଗ୍ନିବୀର ୨୦୨୪-୨୫ ବର୍ଷରୁ ଲାଗୁ କରାଯିବ । ଭାରତୀୟ ସେନା ଏହାକୁ ନେଇ ଏକ ସୂଚନା ଜାରି କରିଛନ୍ତି । ଏହାସହିତ ଦେଶର ସମସ୍ତ ସେନାକୁ ଏହି ନିୟମ ପାଳନ କରିବା ନେଇ ଏକ ଚିଠି ମଧ୍ୟ ପଠାଯାଇଛି ।

ତେବେ ଅଗ୍ନିବୀର ଭର୍ତ୍ତି ପାଇଁ ଟେଷ୍ଟରେ ମାନାଙ୍କ କ’ଣ ରହିବ, ଏ ନେଇ ସେନା ତରଫରୁ କୌଣସି ସୂଚନା ଦିଆ ଯାଇନାହିଁ । କିନ୍ତୁ ଇଂରେଜ ଟାଇପିଙ୍ଗ ପାଇଁ ୩୫ ଶବ୍ଦ ଏବଂ ହିନ୍ଦୀ ଟାଇପିଙ୍ଗ ପାଇଁ ୩୦ ଶବ୍ଦ ପାତି ମିନିଟ ସ୍ପିଡ ରହିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଆଗାମୀ ଦିନରେ ଏ ନେଇ ସେନା ବୋର୍ଡ ସୂଚନା ଜାରି କରିବ ବୋଲି ଆଶା କରାଯାଉଛି । ଭାରତୀୟ ସେନାର ଅତିରିକ୍ତ ନିର୍ଦ୍ଦେଶାଳୟ ଜେନେରାଲ୍ ଅଫ୍ ପବ୍ଲିକ୍ ଇନଫରମେସନ୍ (ADGPI) ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ କହିଛି ଯେ, ଅଗ୍ନିବୀର ନିଯୁକ୍ତି ପାଇଁ ସାଧାରଣ ପ୍ରବେଶିକା ପରୀକ୍ଷା (CEE) ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ ।

ସେନାରେ ଅଗ୍ନିବୀର କ୍ଲର୍କ ଏବଂ ଷ୍ଟୋରକିପର ପଦ ପାଇଁ ନିଯୁକ୍ତି ପାଇବାକୁ ହେଲେ ଅତି କମରେ ୬୦ ପ୍ରତିଶତ ମାର୍କ ସହିତ ଦ୍ୱାଦଶ ପାସ୍ କରିବାକୁ ପଡିବ । ସମସ୍ତ ବିଷୟଗୁଡିକରେ ଅତି କମରେ ୫୦ ପ୍ରତିଶତ ମାର୍କ ଆବଶ୍ୟକ । କିରାଣୀ ପଦ ପାଇଁ ଇଂରାଜୀ, ଗଣିତ, ଆକାଉଣ୍ଟସ୍ ଏବଂ ବୁକ୍ କିପିଙ୍ଗ ବାଧ୍ୟତାମୂଳକ । ଏହି ପଦବୀ ପାଇଁ ପ୍ରାର୍ଥିଙ୍କ ବୟସ ସୀମା ୧୭ ରୁ ୨୧ ବର୍ଷ ହୋଇଥିବା ଆବଶ୍ୟକ ।

Get real time updates directly on you device, subscribe now.