fbpx
BSKY SKY
BSKY SKY

ଜୀବନରେ ଲାଗି ରହୁଛି କି Tension ? ଏହି ଅଭ୍ୟାସ କରନ୍ତୁ, ଚିନ୍ତାରୁ ମିଳିବ ମୁକ୍ତି

BSKY

ଓଡ଼ିଶା ଭାସ୍କର: ବ୍ୟସ୍ତବହୁଳ ଜୀବନ ଭିତରେ ମଣିଷ ଜୀବନରେ ଅନେକ ଚିନ୍ତା ଘାରି ରହୁଛି । ଅଧିକାଂଶ ସମୟରେ ଚିନ୍ତା ଏତେ ବଢି ଯାଉଛି ଯେ, ଏହାକୁ ସାମନା କରିବା ମଧ୍ୟ କଷ୍ଟକର ହୋଇ ପଡ଼ୁଛି । ଅନେକ ଲୋକ ଏହି ଚିନ୍ତାରୁ ମୁକ୍ତି ପାଇବା ପାଇଁ ଆତ୍ମହତ୍ୟା କରୁଥିବା ଭଳି ଘଟରା ମଧ୍ୟ ଦେଖିବାକୁ ମିଳିଛି । ତେବେ ଆତ୍ମହତ୍ୟା ଏହାର ସମାଧାର ନୁହେଁ । ଜୀବନରେ ଟେନସନ ବଢିଗଲେ, ଏହାକୁ ସାମନା କରି ଏଥିରୁ ବାହାରିବା ପାଇଁ ଚେଷ୍ଟା କରନ୍ତୁ । ତେବେ ଏଭଳି ସ୍ଥିତିରେ ଆପଣ ଏହି ସବୁ ଅଭ୍ୟାସ ବା ଉପାୟ ଆଣେଇ ପାରିଲେ ଟେନସନରୁ ମୁକ୍ତି ପାଇପାରିବେ ।

ଟେନସନ ନିୟନ୍ତ୍ରଣ କରିବା ଶିଖନ୍ତୁ:

ଟେନସନ୍ ବା ଷ୍ଟ୍ରେସକୁ ସାମନା କରିବାକୁ ହେଲେ, ଏଥିପାଇଁ ସବୁଠୁ ସହଜ ଉପାୟ ହେଉଛି ଆପଣ ଷ୍ଟ୍ରେସକୁ ମ୍ୟାନେଜ କରିବା ଶିଖନ୍ତୁ । ଏଥିପାଇଁ ଆପଣ ମସ୍ତିଷ୍କକୁ ଶାନ୍ତ କରିବା ନିହାତି ଆବଶ୍ୟକ । ଏଥିପାଇଁ ବ୍ୟାୟାମ କରିବା ସହ ମେଡିଟେସନ ମଧ୍ୟ କରନ୍ତୁ ।

ନିଜର ଯତ୍ନ ନିଅନ୍ତୁ:

ବ୍ୟସ୍ତବହୁଳ ଜୀବନ ଭିତରେ ଅନେକ ସମୟରେ ମଣିଷ ନିଜର ଯତ୍ନ ନେବାକୁ ଭୁଲିଯାଏ ବା ସମୟ ପାଇ ନଥାଏ । କିନ୍ତୁ ଟେନସନରୁ ମୁକ୍ତି ପାଇବା ପାଇଁ ହେଲେ, ନିଜ ଉପରେ ଧ୍ୟାନ ଦେବା ବା ନିଜକୁ ସମୟ ଦେବା ନିତ୍ୟାନ୍ତ ଆବଶ୍ୟକ । ଅର୍ଥାତ୍, ଭଲ ଭାବରେ ପ୍ରସ୍ତୁତ ହେବା, ମେକ୍ଅପ୍ ନେବା କିମ୍ବା ସପିଙ୍ଗ କରିବା ଇତ୍ୟାଦିରେ ସମୟ ଦିଅନ୍ତୁ । ଏଭଳି କରିବା ଦ୍ୱାରା ମୁଣ୍ଡରେ ତିବା ବିଭିନ୍ନ ଚିନ୍ତା ଦୂର ହେବା ସହ ଖୁସି ଅନୁଭବ ହୋଇଥାଏ ।

ମନକୁ ଶାନ୍ତ ରଖନ୍ତୁ:

ନିଜ ମନକୁ ଶାନ୍ତ ରଖି ମଧ୍ୟ ଆପଣ ବିଭିନ୍ନ ଚିନ୍ତାକୁ ଦୂରେଇ ଦେଇପାରିବେ । ଏଥିପାଇଁ ମେଡିଯେସନ ସବୁଠାରୁ ଭଲ ଏବଂ ପ୍ରଭାବଶାଳୀ ଉପାୟ ହୋଇପାରେ । ଷ୍ଟ୍ରେସ ଦୂର କରିବା ପାଇଁ ଏକ୍ସପର୍ଟମାନେ ସାଧାରଣତଃ ମେଡିଟେସନ ଉପରେ ହିଁ ଗୁରୁତ୍ୱ ଦେଇଥାନ୍ତି । ଏହି ସମୟରେ ଅଦିକ ସମୟ ନିଜ ବିଷୟରେ ହିଁ ଚିନ୍ତା କରନ୍ତୁ । ଧ୍ୟାନ ଦେଇ ଚିନ୍ତାକୁ ଦୂର କରାଯାଇପାରିବ ।

Get real time updates directly on you device, subscribe now.