fbpx

ଆସନ୍ତା ୮ ତାରିଖରୁ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦିଆଯିବ NEET ଓ JEE କୋଚିଂ, ମିଳିଲା DHSEଙ୍କ ନିର୍ଦ୍ଦେଶ

ଓଡିଶା ଭାସ୍କର: କଲେଜରେ +୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଦିଆଯିବ NEET ଓ JEE କୋଚିଂ। ଆସନ୍ତା ୮ ତାରିଖରୁ ସବୁ କଲେଜରେ ଦିଆଯିବ ଅନଲାଇନ କୋଚିଂ। ଏନେଇ ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ କଲେଜକୁ DHSE ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଅନଲାଇନରେ ଏହି କୋଚିଂ ବ୍ୟବସ୍ଥା ଆରମ୍ଭ କରିବାକୁ ପକ୍ଷରୁ DHSE ର ନିର୍ଦ୍ଦେଶ ରହିଛି। ଏହି କୋଚିଂ ଆସନ୍ତା ୩୧ ତାରିଖ ପର୍ୟ୍ୟନ୍ତ ଦିଆଯିବ ବୋଲି ସୂଚନା ରହିଛି।

ସୂଚନା ଥାଉକି, ଯୁକ୍ତ ୨ ପିଲାଙ୍କୁ ଏଣିକି ଦିଆଯିବ ମାଗଣା ନିଟ୍ , ଜେଇଇ କୋଚିଂ । ୪୦ରୁ ୫୦ ଛାତ୍ରଛାତ୍ରୀଙ୍କ ଲାଗି ଜଣେ ପରାମର୍ଶଦାତା ଶିକ୍ଷକ ଗାଇଡ୍ କରିବେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଦକ୍ଷତା ବୃଦ୍ଧି ଲାଗି ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏହି ବ୍ୟବସ୍ଥା କରିଛି । ଚଳିତ ଜାନୁଆରୀ ୪ ତାରିଖରୁ ୩ ଦିନ ଯାଏଁ ପରୀକ୍ଷାମୂଳ ଭାବରେ ଏହି କୋଚିଂ କ୍ଲାସ ଆରମ୍ଭ ହୋଇଥିଲା । ହେଲେ ୮ ତାରିଖରୁ ବିଧିବଦ୍ଧ କୋଚିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବର୍ତ୍ତମାନ ନିର୍ଦ୍ଦେଶ ମିଳିଛି।

ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଅନଲାଇନ ମାଧ୍ୟମରେ ଏପରି କୋଚିଂ ବ୍ୟବସ୍ଥା କରାଯାଇଛି । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆଶାୟୀମାନଙ୍କ ଦକ୍ଷତା ବୃଦ୍ଧି ଲାଗି ସରକାରୀ ଉଚ୍ଚ ମାଧ୍ୟମିକ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡିକରେ ଆରମ୍ଭ ହେବ ଏହି କୋଚିଂ । ମାଗଣା କୋଚିଂ ସହ ମାଗଣା ପାଠ୍ୟ ଉପକ୍ରମ ବି ଯୋଗାଇ ଦିଆଯିବ । ପ୍ରିନ୍ସପାଲ ଓ ନୋଡାଲ ଅଫିସରମାନେ କଲେଜରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ ନେଇ କାର୍ୟ୍ୟସୂଚୀ ଜାରି କରିବେ । କୋଚିଂ ସମୟରେ ନୋଡାଲ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ରହିଛି।

Get real time updates directly on you device, subscribe now.