fbpx
BJD SKY
BJD SKY

Breaking News: ଘର ଛାଡ଼ିବାକୁ କହିବାରୁ ଘର ମାଲିକଙ୍କୁ ପିଟି ପିଟି ହତ୍ୟା, ଅନୁସନ୍ଧାନ ଜାରି

BJD

କାମାକ୍ଷାନଗର: ଘର ଛାଡ଼ିବାକୁ କହିବାରୁ ଘର ମାଲିକଙ୍କୁ ପିଟି ପିଟି ହତ୍ୟା କଲେ ଭଡ଼ାଟିଆ । ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଛି କାମାକ୍ଷାନଗର ଥାନା ବାଉଁଶପାଳ ନୂଆ ଶଅର ସାହିରେ । ମୃତକ ଜଣଙ୍କ ହେଲେ ବାଉଁଶପାଳ ଶଅରସାହିର ରୋହିତ ପ୍ରଧାନ ।

ଘରେ ଭଡ଼ା ରହୁଥିବା ନିର ଭୁତିଆଙ୍କୁ ରୋହିତ ଘର ଛାଡ଼ିବା ପାଇଁ କହିଥିଲେ । ତେବେ ଏପରି କହିବା କାରଣରୁ ନିର ତାଙ୍କୁ ଆଜି ପିଟି ପିଟି ହତ୍ୟା କରିଥିଲେ । ତେବେ ଏହି ହତ୍ୟାକାଣ୍ଡ ପରେ କାମାକ୍ଷାନଗର ପୁଲିସ ଖବର ପାଇ ସେଠାରେ ପହଞ୍ଚିଥିଲା । ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବର୍ତ୍ତମାନ ଘଟଣାର ତଦନ୍ତ ଚଳାଇଛି ।

ଏହା ମଧ୍ୟରେ ନିରଙ୍କ ସ୍ତ୍ରୀ ମଡଧ୍ୟ ନିରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତେବେ ନିର ତାଙ୍କ ଚରିତ୍ରକୁ ସନ୍ଦେହ କରି ବାରମ୍ବାର ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି । ତେବେ ସ୍ୱାମୀଙ୍କୁ ଗିରଫ କରି ଦଣ୍ଡ ଦେବାକୁ ମଧ୍ୟ ନିବେଦନ କରିଛନ୍ତି ତାଙ୍କ ସ୍ତ୍ରୀ ।

Get real time updates directly on you device, subscribe now.