fbpx

ପରୀକ୍ଷାରୁ ମିଳିଲା ବଡ଼ ସିକ୍ରେଟ୍: କୋରାପୁଟର ଦେଶୀ ମାଣ୍ଡିଆ ଅପପୁଷ୍ଟିକୁ ରୋକିବାରେ ଓ ଜଳବାୟୁ ପରିବର୍ତ୍ତନ କରିବାରେ ସହାୟକ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଣ୍ଡିଆ ବା ମିଲେଟର ଉପକାରିତା ଓ ବ୍ୟବହାରକୁ ବିଶ୍ୱସ୍ତରରେ ପହଞ୍ଚାଇବା ସହ ନୂଆ ପରିଚୟ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିପାଇଁ ପ୍ରତିବର୍ଷ ମାର୍ଗଶିର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସ୍ୱାସ୍ଥ୍ୟ ତଥା ପରିବେଶ ପାଇଁ ହିତକର ସାବ୍ୟସ୍ତ ହୋଇଥିବା ମାଣ୍ଡିଆର ଗୁରୁତ୍ୱକୁ ଉପଲବ୍ôଧ କରି ରାଜ୍ୟ ସରକାର ‘ମିଲେଟ୍ ମିଶନ’ ଆରମ୍ଭ କରିଥିଲେ ।

ତେବେ ମାଣ୍ଡିଆକୁ ନେଇ ଆସିଛି ଏକ ବଡ଼ ଖବର । କୋରାପୁଟରେ ଚାଷ ହେଉଥିବା ବିଭିନ୍ନ ପ୍ରକାରର ଦେଶୀ ବା ପାରମ୍ପରିକ ମାଣ୍ଡିଆ ଅପପୁଷ୍ଟିକୁ ରୋକିବା, ଜଳବାୟୁ ପରିବର୍ତ୍ତନରେ ସହାୟକ ହେବା ସହିତ ଅନେକ ହିତକାର୍ଯ୍ୟରେ ବିନିଯୋଗ ହୋଇପାରିବ । କୋରାପୁଟରେ ଏବେ ୩୩ ପ୍ରକାରର ଦେଶୀ ମାଣ୍ଡିଆ ଚାଷ ହେଉଥିବା ବେଳେ ତେଲୁଗୁ, ବଡ଼ ଓ ଦଶସରା କିସମରେ ଅନ୍ୟ ମାଣ୍ଡିଆଠାରୁ ଅଧିକ ପୋଷକ ତତ୍ତ୍ୱ, ପ୍ରୋଟିନ, ଫାଇବର, ଭିଟାମିନ, ମିନେରାଲ୍ସ ରହିଛି ।

ସେହିପରି ଲଡ଼ୁ, ଲାଲା, ବାଟି, ବିରି, ତୁମୁକା, ଭାଲୁ ଆଦି ୬ ପ୍ରକାରର ପାରମ୍ପରିକ ମାଣ୍ଡିଆରେ ମରୁଡ଼ି ପରିବେଶକୁ ସହ୍ୟ କରିବାର କ୍ଷମତା ରହିଛି । ଏଗୁଡ଼ିକର ଗୁଣସୂତ୍ରରେ ବିଭିନ୍ନ ପ୍ରକାରର ସହନଶୀଳତା ଜୀନ୍ ରହିଥିବା ନେଇ ପରୀକ୍ଷାରୁ ଜଣାପଡ଼ିଥିବା ବେଳେ ଏହା କମ୍ ପାଣିରେ ମଧ୍ୟ ଚାଷ କରାଯାଇ ପାରିବ । ତେବେ ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଥିବା ବେଳେ ଏହି ସହନଶୀଳ ମାଣ୍ଡିଆ ମରୁଡ଼ି ପ୍ରତିକୂଳ ପରିବେଶରେ ଚାଷ ହୋଇପାରିବ । ଏହି ମାଣ୍ଡିଆର ଜୀନକୁ ନେଇ ନୂତନ ମାଣ୍ଡିଆ ତିଆରି କରାଯାଇ ପାରିବ । ତେବେ ଏହି ବିରଳ ମାଣ୍ଡିଆକୁ ସଂରଣ କରାଯିବାର ଆବଶ୍ୟକତା ରହିଛି । ଏହା ଜୀବନଶୈଳୀ ସମ୍ବନ୍ଧିତ ରୋଗକୁ ରୋକିବାରେ ସହାୟକ ହୋଇପାରିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.