fbpx
BSKY
BJD MC SKY
BJD MS SKY

କ୍ରିସମାସରେ ପ୍ରଥମ ଥର ଘରେ ପାର୍ଟି ପ୍ଲାନ୍ କରୁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ୍‌…

ଓଡ଼ିଶା ଭାସ୍କର: ଆସୁଛି କ୍ରିସମାସ । ଏହା ବର୍ଷର ଶେଷ ବଡ଼ ପର୍ବ ଭାବେ ଜଣାଶୁଣା । କେତେକ ସ୍ଥାନରେ କ୍ରିସମାସ ପର୍ବକୁ ବଡ଼ଦିନ ବୋଲି ମଧ୍ୟ କୁହାଯାଏ । କ୍ରିସମାସ ପରେ ପରେ ନୂଆ ବର୍ଷ ଥିବାରୁ ଲୋକମାନଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଥାଏ । ପୂର୍ବରୁ କ୍ରିସମାସ ପର୍ବ କେବଳ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ସୀମିତ ରହୁଥିଲା । ବର୍ତ୍ତମାନ କ୍ରିସମାସ ଅବସରରେ ଛୋଟ ସହର ଠାରୁ ଆରମ୍ଭ କରି ବଲିଉଡ଼ ଇଣ୍ଡଷ୍ଟ୍ରୀ ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶ ଲୋକମାନେ ଘରେ ପାର୍ଟିର ଆଯୋଜନ କରୁଛନ୍ତି । ତେବେ ଆପଣ ଯହି ପ୍ରଥମ ଥର ଘରେ କ୍ରିସମାସ ପାର୍ଟିର ଆୟୋଜନ କରୁଛନ୍ତି କେଉଁ ସବୁ ବିଷୟ ଉପରେ ଧ୍ୟାନ ଦେବେ ଆସନ୍ତୁ ଜାଣିବା:

– ଥୀମ୍ ସାଜସଜ୍ଜା: କ୍ରିସମାସ୍ ପାର୍ଟିରେ ଥୀମ୍ ଆଧାରିତ ସାଜସଜ୍ଜା ଘରକୁ ଏକ ନୂଆ ଲୁକ୍ ଦେଇଥାଏ ଘରକୁ ବିଭିନ୍ନ ପ୍ରକାର ଲାଇଟ୍‌, ଫୁଲ, ବେଲୁନରେ ସଜେଇ ପାରିବେ । କ୍ରିସମାସ୍ ପର୍ବରୁ ମୁ୍‌ଖ୍ୟ ଆକର୍ଷଣ ହେଉଛି କ୍ରିସମାସ୍ ଟ୍ରୀ । ତେଣୁ କ୍ରିସମାସ୍ ଟ୍ରୀ ସଜେଇବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଆପଣ ଚାହିଁଲେ କ୍ରିସମାସ୍ ସହ ଜଡ଼ିତ ଛୋଟ ଛୋଟ ମେସେଜ୍‌, ଫଟୋ, ରିବନ୍‌, ବେଲ୍ ଇତ୍ୟାଦିରେ କ୍ରିସମାସ୍ ଟ୍ରୀରେ ସଜେଇ ପାରିବେ ।

– ସାନ୍ତାକ୍ଲଜ୍ ସରପ୍ରଇଜ୍‌: ପିଲାମାନଙ୍କୁ ସାନ୍ତାକ୍ଲଜ୍ ବହୁତ ପ୍ରିୟ ହୋଇଥାଏ କାରଣ ସାନ୍ତା ସେମାନଙ୍କୁ ଉପହାର ଦେଇଥାଏ ଓ ମଜା ମଜା କଥା କହିବା ସହ ଖେଳିଥାଏ । ତେଣୁ ପିଲାମାନଙ୍କ ଗହଣରେ ସାନ୍ତା ହୋଇ ହସିବା ଓ ହସେଇବା ପାଇଁ ପ୍ରସ୍ତୁତ ହୋଇଯା’ନ୍ତୁ । ପାର୍ଟି ଶେଷ ହେଲା ପରେ ସବୁ ପିଲାମାନଙ୍କୁ ଉପହାର ଦେବାକୁ ଭୁଲିବେନି ।

– ଅତିଥି ସୂଚୀ: କୌଣସି ପର୍ବରୁ ମୂଳ ଉଦ୍ଦେଶ୍ୟ ଥାଏ ପରିବାର ସହ କ୍ୱାଲିଟି ଟାଇମ୍ ବିତାଇବା । ତେଣୁ କେବଳ ନିକଟତର ବନ୍ଧୁ ବାନ୍ଧବ କିମ୍ବା ସାଙ୍ଗସାଥି ମାନଙ୍କୁ ନିମନ୍ତ୍ରଣ କରନ୍ତୁ । ଅଧିକା ଲୋକଙ୍କ ଗହଳିରେ ପାର୍ଟିର ମଜା ନଷ୍ଟ ହୋଇଯିବ ।

– ବନ୍‌ଫାୟାର(Bonfire): କ୍ରିସମାସ ସମୟରେ ଥଣ୍ଡା ପଡ଼ୁଥିବାରୁ ବନ୍‌ଫାୟାର ଆଇଡିଆ ଭଲ କାମ କରିଥାଏ । ନିଆଁ ଚାରି ପଟେ ପରିବାର ଓ ଅତିଥିମାଙ୍କ ଗହଣରେ ହସ, ଗପସପ୍‌, ମଜାଳିଆ ଖେଳ ଇତ୍ୟାଦି ଦ୍ୱାରା କ୍ୱାଲିଟି ଟାଇମ୍ ବିତାଇ ପାରିବେ ।

– ସ୍ୱାଦିଷ୍ଟ ଭୋଜନ: ପ୍ରତ୍ୟେକ ପର୍ବ ସ୍ୱାଦିଷ୍ଟ ଭୋଜନ ବିନା ଅଧୁରା ପରି ମନେ ହୁଏ । ତେଣୁ ନିଜ ମେନ୍ୟୁରେ ଷ୍ଟାର୍ଟର, ମେନ୍ କୋର୍ସ ଏବଂ ଡେଜର୍ଟ ସାମିଲ କରିବାକୁ ଭୁଲିବେ ନାହିଁ । ବିଶେଷ କରି ପିଲାମାନଙ୍କ ପାଇଁ କ୍ରିସମାସ କେକ୍ ଓ ପୁଡିଙ୍ଗ୍ । ଛୋଟ ପିଲାମାନଙ୍କ ପାଇଁ ଜୁସ୍ ଏବଂ ବଡ଼ ଲୋକମାନଙ୍କ ପାଇଁ ହାର୍ଡ଼ ଡ୍ରିଙ୍କ୍ କିମ୍ବା କକ୍‌ଟେଲର ବ୍ୟବସ୍ଥା ମଧ୍ୟ କରିପାରିବେ ।

Get real time updates directly on you device, subscribe now.