Breaking- କେବେ ହେବ ରତ୍ନଭଣ୍ଡାରର ଅଳଙ୍କାର ଗଣତି, କହିଲେ ପୃଥିରାଜ ହରିଚନ୍ଦନ

ଭୁବନେଶ୍ୱର- ସରିଛି କାର୍ତ୍ତିକ ମାସ । ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଭିଡ କମିଛି । ଖୁବ ଶୀଘ୍ର ରତ୍ନଭଣ୍ଡାରର ମରାମତି କାମ ଆରମ୍ଭ ହୋଇ ଜାନୁଆରୀ ଶେଷ ସୁଦ୍ଧା ସରିବ ମରାମତି ସରିବ । ଏହା ପରେ ଅଳଙ୍କାର ଗଣତି ମଣତି ହେବା ବୋଲି ଆଜି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି କାର୍ତ୍ତିକ ମାସ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିରହିଥିଲା, ତେଣୁ ମରାମତି କାମ ହୋଇପାରି ନ ଥିଲା । ଏବେ ଏଏସଆଇ ମରାମତି କାମ ଆରମ୍ଭ କରିବ ।

ମନ୍ତ୍ରୀଙ୍କ କହିବା ମୁତାବକ, ଏବେ ରତ୍ନଭଣ୍ଡାରର ମରାମତି କାମ ହେବ ଓ ଜାନୁଆରୀ ଶେଷ ସୁଦ୍ଧା ଏହି କାମ ସରିବା । ମରାମତି କାମ ସରିବା ପରେ ରତ୍ନ, ଅଳଙ୍କାରକୁ ରତ୍ନଭଣ୍ଡାର ସ୍ଥାନାନ୍ତର କରିବା ପରେ ହିଁ ସେସବୁର ଗଣତି ମଣତି ହେବ, ଏହା ହିଁ ନିୟମ । ଠାକୁରଙ୍କ ଅଳଙ୍କାର ଅନ୍ୟତ୍ର ଗଣତି ହୋଇ ପାରିବ ନାହିଁ । ଏଥିସହ ମନ୍ତ୍ରୀ କହିଛନ୍ତି, ଏଥିନେଇ ବୁଧବାର ପରେ ଏକ ବୈଠକ ବସିବ । ସେହିପରି ମେଘନାଦ ପ୍ରାଚୀର ମରାମତିକୁ ନେଇ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଏବେ ମେଘନାଦ ପାଚେରୀ ଓଦା ଅଛି । ପାଚେରୀ ଶୁଖିବା ପରେ ତାର ମଧ୍ୟ ମରାମତି ହେବ ।

ମନ୍ତ୍ରୀ ଏହି ସୂଚନା ଦେବା ଅବସରରେ ଆହୁରି କହିଛନ୍ତି କି, ରତ୍ନଭଣ୍ଡାରରେ ଗୁପ୍ତ ସୁଡଙ୍ଗ ନେଇ ଯେଉଁ ଚର୍ଚ୍ଚା ହେଉଥିବା ସେଥିରେ କୌଣସି ସତ୍ୟତା ନାହିଁ । ସେମିତି କିଛି ନାହିଁ ରତ୍ନଭଣ୍ଡାରରେ । ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ନିବୁଜ ରହିଛି । ଏଠାରେ କହି ରଖୁ କି, ବିଜେପି ସରକାର ଆସିବା ପରେ ମନ୍ଦିରର ରତ୍ନଭଣ୍ଡାରରୁ ସବୁ ଅଳଙ୍କାର, ଆଲମାରି ଓ ଅନ୍ୟନ୍ୟ ବହୁମୂଲ୍ୟ ଦ୍ରବ୍ୟକୁ ସାମୟିକ ଭାବେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର କରାଯାଇଛି ।