fbpx
BJD SKY
BJD SKY

ଜାଲି କାଗଜ ପତ୍ରରେ ଋଣ ଦେଇ ବନ୍ଧା ହେଲେ ଏସବିଆଇ ବ୍ୟାଙ୍କ ଅଫିସର , ୮ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ

BJD

ଭୁବନେଶ୍ୱର: ଆଜି କାଲି ସବୁ ଠାରେ ଠକ ମାତିଛନ୍ତି । କେଉଁଠାରେ ଜାଲ ସାର୍ଟିଫିକେତ ଆଉ କେଉଁଠି ଚାକିରୀ ଦେବା ନେଇ ମଧ୍ୟ ଟଙ୍କା ଆଦାୟ କରୁଛନ୍ତି । ତେବେ ଏହି ଘଟଣାରେ ଆଉ ଏକ ଖବର ସାମ୍ନାକୁ ଆସିଛିଯେଉଁଥିରେ ବ୍ୟାଙ୍କ କର୍ମଚାରୀ ଗିରଫ ହୋଇଛି ।

ସେ ପୁଣି ସରକାରୀ ବାବୁ । ଏସବିଆଇ ବ୍ୟାଙ୍କ ଅଫିସରଙ୍କ ନାମରେ ଠକେଇ ଅଭିଯୋଗ ଆସିବା ପରେ ତାଙ୍କୁ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି । ଫୁଲବାଣୀ ଏସବିଆଇ ବ୍ରାଞ୍ଚର ଡେପୁଟି ମ୍ୟାନେଜରଙ୍କୂ ଗିରଫ କରାଯାଇଛି । ଡେପୁଟି ମ୍ୟାନେଜର ଅଶୁତୋଷ ଆଚାର୍ଯ୍ୟଙ୍କୂ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ତେବେ ଏହା ବାବଦରେ ଇଓଡବ୍ଲୁରେ ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ଅଭିଯୋଗ କରିଥିଲେ । ଏକ୍ସପ୍ରେସ ଆଉ କ୍ରେଡିଟ କାର୍ଡ ଲୋନ ଦେବା ନାଁରେ ଠକେଇର ଅଭିଯୋଗ ହୋଇଥିଲା । ସୂଚନାମୁତାବକ ୮ କୋଟିରୁ ଅଧିକ ଟଙ୍କା ଠକେଇର ଅଭିଯୋଗ ଆସିଥିଲା । ଏବଂ ଜାଲ କାଗଜପତ୍ରରେ ୫୯ ଜଣଙ୍କୁ ସେ ଋଣ ଦେଇଥିଲେ । ଆଉ ୨୦୨୧ ରୁ ୨୦୨୨ ମସିହା ମଧ୍ୟରେ ଏହି କଳାକାରନାମା କରୁଥିଲେ । ତେଣୁ ଏବେ ତାଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.