fbpx

୨୪ କ୍ୟାରେଟ ସୁନା ବ୍ଲାଉଜ ପିନ୍ଧି ଆମ୍ବାନୀ ପାର୍ଟିରେ ପହଁଚିଲେ ମହିଳା, ବେବି ବମ୍ପକୁ ମଧ୍ୟ ନିଜେ କରିଛନ୍ତି ଡିଜାଇନ

ନୂଆଦିଲ୍ଲୀ: ନୀତା ମୁକେଶ ଅମ୍ବାନୀ କଲ୍ଚର ସେଣ୍ଟରର ଗାଲା ଇଭେଣ୍ଟରେ ଲୋକଙ୍କ ଦୃଷ୍ଟି ଆକର୍ଷିତ ହୋଇଛି । NMACC ର ତିନି ଦିନ ଧରି ଚାଲୁଥିବା ଇଭେଣ୍ଟରେ ହଲିଉଡ଼ , ବଲିଉଡ୍, ଏବଂ କଲ୍ଚରାଲ ଆର୍ଟିଷ୍ଟ ପହଁଚିଥିଲେ । ଅମ୍ବାନୀ ଫ୍ୟାମିଲିର ଏହି ଇଭେଣ୍ଟରେ ନ୍ୟାସନାଲ ଓ ଇଣ୍ଟରନ୍ୟାସନାଲ ଆର୍ଟିଷ୍ଟ ସାମିଲ ହେବା ସହ ଜଣେ ଅନ୍ୟ ଜଣଙ୍କଠୁ ବଢି ଆଉଟଫିଟ ପିନ୍ଧିଥିଲେ । ତେବେ ଏହି ଇଭେଣ୍ଟରେ ଫେମସ ଅଳଙ୍କାର ଡିଜାଇନର ସୁହାନୀ ପାରେଖ ମଧ୍ୟ ପହଁଚିଥିଲେ ଏବଂ ତାଙ୍କ ଲୁକ ସମସ୍ତଙ୍କ ଠାରୁ ନିଆରା ଥିଲା ।

ସୁହାନୀ ପାରେଖ ଜଣେ ନାମିଦାମୀ ଜୁଏଲାରୀ ଡିଜାଇନର, ତେବେ ସେହି ଇଭେଣ୍ଟଙ୍କୁ ପିନ୍ଧିକି ଆସିଥିବା ଆଉଟଫିଟକୁ ସେ ନିଜେ ଡିଜାଇନ କରିଛନ୍ତି । ସେ ବର୍ତ୍ତମାନ ଗର୍ଭବତୀ ଥିବାରୁ ନିଜର ଲୁକକୁ ମଧ୍ୟ ନିଜ କ୍ରିଏଟିଭ ଅନୁସାରେ ଆହୁରି ଅଧିକ ସୁନ୍ଦର କରିଛନ୍ତି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ସେ ଯାହା ବି ସବୁ ଅଳଙ୍କାର ଦ୍ୱାରା ନିଜର ଅଙ୍ଗକୁ ଅଚ୍ଛାଦିତ କରିଛନ୍ତି ତାହା ହେଉଛି ୨୪ କ୍ୟାରେଟ ସୁନାରେ ନିର୍ମିତ ।

୨୪ କ୍ୟାରେଟ ଗୋଲ୍ଡ ବେଲୀ ଆର୍ମର ଦ୍ୱାରା ସେ ବହୁତ ଷ୍ଟାଇଲିସ କରି ନିଜ ବେବି ବମ୍ପଙ୍କୁ ଆଚ୍ଛାଦିତ କରିଛନ୍ତି । ପେଟକୁ ଢାଙ୍କୁଥିବା ସୁନାର କବଚ ସହିତ ୨୪ କ୍ୟାରେଟର ଗୋଲ୍ଡ ବ୍ଲାଉଜ ମଧ୍ୟ ସେ ପିନ୍ଧିଛନ୍ତି । ତେବେ ବେଲୀ ଆର୍ମର ଏବଂ ବ୍ରା ଷ୍ଟାଇଲ ଟ୍ୟୁବ ବ୍ଲାଉଜକୁ ସେ ବ୍ଲାକ ଶାଢି ସହ କ୍ୟାରି କରି ପିନ୍ଧିଛନ୍ତି । ଏହା ବ୍ୟତୀତ ସେ କାନ ଏବଂ ନେକପିସ୍, ଚୁଟି ଏବଂ ରିଙ୍ଗ ପିନ୍ଧିଛନ୍ତି ।

Get real time updates directly on you device, subscribe now.