fbpx

ଖୁସିଖବର: ମାତ୍ର ୧ ଟଙ୍କାରେ ସ୍ତନ କର୍କଟର ଚିକିତ୍ସା, ସ୍ୱତନ୍ତ୍ର ଟେକ୍ନୋଲୋଜି ସହ ହେଲା ଅସ୍ତ୍ରୋପଚାର

AAKASH

ନୂଆଦିଲ୍ଲୀ: ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟର ଚିକିତ୍ସା ମାତ୍ର ୧ ଟଙ୍କାରେ ହୋଇପାରିବ ବୋଲି କେହି କହିଲେ ଆପଣ ବିଶ୍ୱାସ କରିପାରିବେ କି ? ସମଗ୍ର ଦୁନିଆରେ ବ୍ରେଷ୍ଟ କ୍ୟାନ୍ସର ମାମଲା ଦ୍ରୁତ ଗତତିରେ ବଢ଼ିବାରେ ଲାଗିଛି । ଏହି କ୍ୟାନ୍ସରର ମହଙ୍ଗା ଚିକିତ୍ସା କାରଣରୁ ଅନେକ ନୀରିହ ଲୋକଙ୍କର ପ୍ରାଣ ଚାଲିଯାଉଛି । କିନ୍ତୁ ଏବେ କାନପୁରର ଜିଏସଭିଏମ୍ ମେଡିକାଲ୍ ସ୍ତନ କର୍କଟ ଚିକିତ୍ସାର ସ୍ୱପ୍ନକୁ ମାତ୍ର ଏକ ଟଙ୍କାରେ ସାକାର କରିବାକୁ ପଦକ୍ଷେପ ନେଇଛି । ମେଡିକାଲ କଲେଜର ପ୍ରତିଷ୍ଠିତ ଡାକ୍ତରମାନେ ନୂଆ ଟେକ୍ନୋଲୋଜି ଆବିଷ୍କାର କରିଛନ୍ତି । ପ୍ରଥମ ଥର ପାଇଁ ସ୍ତନ କର୍କଟ ରୋଗୀଙ୍କୁ ଅଙ୍କୋ ମାମୋପ୍ଲାଷ୍ଟି ଟେକନିକ୍ ସହିତ ଚିକିତ୍ସା କରାଯାଇଥିଲା ।

ଜିଏସଭିଏମ ମେଡିକାଲ କଲେଜର ପ୍ରିନ୍ସପାଲ ଡାକ୍ତର ସଞ୍ଜୟ କାଲା କହିଛନ୍ତି ଯେ, ଏହି ଟେକନିକ୍ ମାଧ୍ୟମରେ ବୈଷ୍ଟ କ୍ୟାନ୍ସରରେ ପୀଡିତ ରୋଗୀଙ୍କ ସ୍ତନ ନ କାଟି କେବଳ ସଂକ୍ରମିତ ଅଂଶକୁ ବାହାର କରାଯାଇଛି ଓ ତାହାର ସ୍ଥାନରେ ଭଲ୍ୟୁମ ରିପ୍ଲେସମେଣ୍ଟ ପଦ୍ଧତି ଦ୍ୱାରା ପୁଣିଥରେ ଆକାର ଦିଆଯାଉଛି । ସେ କହିଥିଲେ ଯେ, ଏହି ଟେକନିକ୍ ମାଧ୍ୟମରେ ୪୮ ବର୍ଷ ବୟସ୍କା ରୋଗୀଙ୍କର ଅସ୍ତ୍ରୋପଚାର କରାଯାଇଥିଲା, ଯାହା ସଫଳ ହୋଇଥିଲା । କାଲା କହିଛନ୍ତି ଯେ, ପୂର୍ବରୁ ସ୍ତନ କଟାଯିବାକୁ ନେଇ ମହିଳାମାନେ ଡିପ୍ରେସନର ଶିକାର ହୋଇଯାଆନ୍ତି ଓ ଅନେକଥର ଆତ୍ମହତ୍ୟା କରିବାକୁ ମଧ୍ୟ ନିଷ୍ପତ୍ତି ନିଅନ୍ତି । କିନ୍ତୁ ଏହି ଟେକନିକ୍ ଫଳରେ ବ୍ରେଷ୍ଟ କ୍ୟାନ୍ସର ରୋଗୀଙ୍କୁ ବହୁତ ଫାଇଦା ମିଳିବ ।

କାଲାଙ୍କ କହିବା ମୁତାବକ, ଏହି ଅପରେସନରେ ପ୍ଲାଷ୍ଟିକ ସର୍ଜନ ଡାକ୍ତର ପ୍ରେମ ଶଙ୍କର, ଡାକ୍ତର ସଞ୍ଜୟ କାଲା, ଡାକ୍ତର ଶୁଭମ, ଡାକ୍ତର ପୁନମ ସାମିଲ ଥିଲେ । କାଲା ଏହା ମଧ୍ୟ କହିଛନ୍ତି ଯେ, ମେଡିକାଲ କଲେଜରେ ଚିକିତ୍ସିତ ହେବାର ବିଶେଷତ୍ୱ ହେଉଛି ଏଠାରେ ଆପଣଙ୍କୁ କେବଳ ୧ଟଙ୍କା ଦେଇ ଫର୍ମ କରିବାକୁ ପଡିବ, ଏହା ଛଡ଼ା ଆଉ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଏହା ବ୍ୟତୀତ ଅନେକ ସରକାରୀ ଯୋଜନାର ଲାଭ ମଧ୍ୟ ରୋଗୀଙ୍କୁ ସିଧାସଳଖ ଦିଆଯାଉଛି । ଏହି ଅପରେସନ୍ ବିଷୟରେ କହିବାକୁ ଗଲେ ଘରୋଇ ଡାକ୍ତରଖାନାଗୁଡ଼ିକରେ ଏହାର ଖର୍ଚ୍ଚ ୫ ରୁ ୧୦ ଲକ୍ଷ ଭିତରେ ଆସିଥାଏ ।

Get real time updates directly on you device, subscribe now.