fbpx
BJD SKY
BJD SKY

କଂଗ୍ରେସ ଅଧ୍ୟକ୍ଷ ହେବା ପରେ ଗାନ୍ଧୀ ପରିବାରର ଇସାରାରେ ହିଁ କରିବେ କାମ ! ନିଜେ ସଙ୍କେତ ଦେଲେ ଖଡଗେ

BJD

ନୂଆଦିଲ୍ଲୀ: ରାଜସ୍ଥାନରେ ଗତ ଦିନରେ ରାଜନୈତିକ ସଙ୍କଟ ପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ନେଇ କଂଗ୍ରେସ ହାଇକମାଣ୍ଡ ଏବଂ ଗାନ୍ଧୀ ପରିବାରର ଭରସା ଦୋହଲି ଯାଇଥିଲା। ଏହା ପରେ ଗେହଲଟ୍ ନିଜେ ଅଧ୍ୟକ୍ଷ ପଦ ଦୌଡରୁ ଓହରିବାକୁ ଘୋଷଣା କରିଥିଲେ। ଗେହଲଟଙ୍କ ହଟିବା ପରେ ଦଳ ଏକ ଭରସାଯୋଗ୍ୟ ଚେହେରା ଖୋଜିବା ଆରମ୍ଭ କରିଥିଲା। ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଗଡେଙ୍କ ନାମ ଅଚାନକ ସାମ୍ନାକୁ ଆସିଥିଲା। ରାଜନୈତିକ ବିଶେହଜ୍ଞଙ୍କ ମତରେ ଗାନ୍ଧୀ ପରିବାରର କହିବାନୁସାରେ ହିଁ ଖଡଗେ ନାମାଙ୍କନ ପତ୍ରା ଦାଖଲ କରିଥିଲେ ଏବଂ ଦିଗବିଜୟ ସିଂହ ନିଜର ନାମ ଫେରାଇ ନେଇଥିଲେ।

ନାମାଙ୍କନ ଦାଖଲ ସମୟରେ କଂଗ୍ରେସ ଏବଂ ଗାନ୍ଧୀ ପରିବାରର ଘନିଷ୍ଠ ଅଧିକାଂଶ ନେତା ଖଡଗେଙ୍କ ସମର୍ଥନରେ ସାମ୍ନାକୁ ଆସିଥିଲେ। ନାମାଙ୍କନ ପରେ ଭୋଟିଂ ପର୍ଯ୍ୟନ୍ତ ଗାନ୍ଧୀ ପରିବାର ନିଜକୁ ଏହି ଲଢେଇରୁ ଅଲଗା ରଖିବାକୁ ଚେଷ୍ଟା କରିଛି। ମାତ୍ର ଖଡଗେଙ୍କ ସମର୍ଥନରେ ଆଗକୁ ଆସିଥିବା ଗାନ୍ଧୀ ପରିବାରଙ୍କ ବିଶ୍ଵସ୍ତମାନେ ଏହା ପ୍ରମାଣିତ କରିଛନ୍ତି ଯେ, ଖଡଗେଙ୍କ ବିଜୟ ସୁନିଶ୍ଚିତ।

ମନମୋହନ ସିଂହ ଯେବେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ, ବିରୋଧୀ ଦଳ ଲଗାତାର ଅଭିଯୋଗ କରି ଆସିଥିଲେ ଯେ, ସେ ଜଣେ ରବର ଷ୍ଟାମ୍ପ ପ୍ରଧାନମନ୍ତ୍ରୀ। ସମସ୍ତ ନିଷ୍ପତ୍ତି ୧୦ ଜନପଥ ଅର୍ଥାତ ସୋନିଆ ଗାନ୍ଧୀଙ୍କ ଦ୍ଵାରା ହିଁ ନିଆଯାଉଥିଲା। ଏବେ ୨୪ ବର୍ଷ ପରେ କଂଗ୍ରେସକୁ ଏମିତି ଜଣେ ଅଧ୍ୟକ୍ଷ ମିଳିବାକୁ ଯାଉଛି, ଯାହାଙ୍କ ସରନେମରେ ଗାନ୍ଧୀ ଟାଇଟଲ୍ ଲାଗିନାହିଁ। ମଲ୍ଲିକାର୍ଜୁନ ଖଡଗେଙ୍କ ବିଜୟ ତ ସୁନିଶ୍ଚିତ ଲାଗୁଛି। ଏବେ ଏହାର ସମ୍ଭାବନା ଅଧିକ ଯେ, ତାଙ୍କ ଉପରେ ବି ରବର ଷ୍ଟାମ୍ପ ଅଧ୍ୟକ୍ଷର ଠପା ଲାଗିପାରେ।
ମଲ୍ଲିକାର୍ଜୁନ ଖଡଗେ ରବିବାର ନିଜେ କହିଥିଲେ ଯେ, ଯଦି ସେ ଅଧ୍ୟକ୍ଷ ହୁଅନ୍ତି ତେବେ ତାଙ୍କୁ ପାର୍ଟିର ମାମଲାରେ ଗାନ୍ଧୀ ପରିବାରଠୁ ପରାମର୍ଶ ନେବାରେ କୌଣସି ସମସ୍ୟା ହେବ ନାହିଁ। ଗାନ୍ଧୀ ପରିବାର ଦଳ ପାଇଁ ବଡ ଯୋଗଦାନ ଦେଇଥିବା ସେ କହିଛନ୍ତି।

Get real time updates directly on you device, subscribe now.