fbpx

ଚଉଠିରାତିରେ ବର-କନ୍ୟା ଭିତରେ ମାରପିଟ୍, ଏମିତିକି ଥାନାରେ ପହଞ୍ଚିଲା ମାମଲା

ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପର୍ଯ୍ୟନ୍ତ ସାଥୀରେ ରଖିବାର ପ୍ରତିଜ୍ଞା ନେଇଥିବା ବର-କନ୍ୟା ଚଉଠିରାତିରେ ମାରପିଟ୍ ଆରମ୍ଭ କରିଦେଲେ । ଏମିତି ଝଗଡା ଯେ, ଥାନାରେ ପହଞ୍ଚିଲା ଘଟଣା । ଏଭଳି ଏକ ସଙ୍ଗୀନ ଘଟଣା ଉତ୍ତରପ୍ରଦେଶ ମହରାଜଗଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି । ଶାଶୂଘରେ ପହଞ୍ଚିଲା ମାତ୍ରେ କୌଣସି କାରଣକୁ ନେଇ ବର-କନ୍ୟା ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା, ପରେ ତାହା ମାରପିଟର ରୂପ ନେଇଗଲା ।

ଦୁହିଁଙ୍କ ଝଗଡାରେ ଶଶୂରଘର ଲୋକେ ମଧ୍ୟ ବିବାଦକୁ ଠେଲିହୋଇପଡିଲେ । ଏହା ପରେ ସମସ୍ତେ ମିଶି କନ୍ୟାକୁ ଅତି ନିର୍ମମ ଭାବେ ପିଟିଲେ । କାନ୍ଦି କାନ୍ଦି କନ୍ୟାର ଚଉଠିରାତି କଟିଲା । ସକାଳ ହେବା ମାତ୍ରେ କନ୍ୟାଟି ନିଜ ପ୍ରତି ହୋଇଥିବା ଅତ୍ୟାଚାର ବିଷୟରେ ବାପଘରେ କହିଥିଲା । ସବୁ ଶୁଣିବା ପରେ ଝିଅର ପରିବାର ଲୋକେ ତାଙ୍କ ଶାଶୂଘରେ ପହଞ୍ଚି ଝଗଡା ଆରମ୍ଭ କରିଥିଲେ ।

ଝଗଡା ପରେ କନ୍ୟାଜଣକ ନିଜ ଶାଶୁ ଘରେ ରହିବାକୁ ଅମଙ୍ଗ ହେବାକୁ ସେ ନିଜ ବାପଘରକୁ ଚାଲିଆସିଲେ । ଗତ ମଙ୍ଗଳବାର ଦିନ ଝିଅ ଥାନାରେ ପହଞ୍ଚି ଶାଶୂଘର ଲୋକଙ୍କ ବିରୋଧରେ ଅଭିଯୋଗ କରିବା ସହ ମାଡ ଖାଇଥିବା ଚିହ୍ନ ଦେଖାଇଛନ୍ତି । କନ୍ୟା ଉପରେ ଯୌତୁକ ନିର୍ଯ୍ୟାତନା ହୋଇଥିବା ଅଭିଯୋଗରେ ବର ବିଶାଳ ଓ ତାଙ୍କ ପରିବାରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଅନ୍ୟପଟେ ବର ବିଶାଳର କହିବା ମୁତାବକ, କନ୍ୟା ଜଣକ ଶର୍ଯ୍ୟାରେ କାହା ସହ ମୋବାଇଲେ କଥା ହେଉଥିଲେ । ଯାହାକୁ ନେଇ ଘରେ କଥାବାର୍ତ୍ତା ଆରମ୍ଭ ହୋଇଗଲା । ଏହାକୁ ନେଇ ପାଟିତୁଣ୍ଡ ହେବା ପରେ ମାରପିଟ୍ ହୋଇଥିଲା ।

କିନ୍ତୁ କନ୍ୟାର କହିବା ମୁତାବକ, ରାତିରେ ସ୍ୱାମୀ ରୁମକୁ ଆସୁନଥିଲେ । ଶାଶୂଘର ଲୋକେ ତାଙ୍କୁ ରୁମକୁ ପଠାଇବା ପରେ ସେ ଆସିଥିଲେ ଓ ଅଭଦ୍ର ଭାଷାରେ ଗାଳି କରିବା ଆରମ୍ଭ କରିଥିଲେ । ଏହାର ବିରୋଧ କରିବାକୁ ମାରପିଟ୍ ଆରମ୍ଭ ହୋଇଥିଲା ଓ ପରେ ଶାଶୁଘରର ଅନ୍ୟ ଲୋକମାନେ ଆସି ସ୍ୱାମୀକୁ ସମର୍ଥନ କଲେ । ଯୌତୁକକୁ ନେଇ ଶାଶୂଘର ଲୋକେ ମାରପିଟ୍ କରିଥିଲେ ବୋଲି କନ୍ୟା ଜଣକ କହିଛନ୍ତି ।

Get real time updates directly on you device, subscribe now.