fbpx

ଧନଶ୍ରୀଙ୍କୁ ଜୀବନସାଥୀ ଭାବେ ଗ୍ରହଣ କଲେ ଚହଲ

ନୂଆଦିଲ୍ଲୀ, ୨୩ା୧୨: ଭାରତୀୟ କ୍ରିକେଟ ଦଳର ସ୍ପିନ ବୋଲର ୟୁଜବେନ୍ଦ୍ର ଚହଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କର ଦୀର୍ଘଦିନର ପ୍ରେମିକା ଧନଶ୍ରୀ ବର୍ମାଙ୍କୁ ଜୀବନସାଥୀ ରୂପେ ଗ୍ରହଣ କରିଛନ୍ତି । ଚହଲ ନିଜ ଫେସବୁକ ଆକାଉଣ୍ଟରେ ନିଜର ବିବାହ ଫଟୋ ସେୟାର କରିଛନ୍ତି । ଏହି ଫଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

ପ୍ରଶଂସକମାନେ ନବଦମ୍ପତ୍ତିଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି । ବିସିସିଆଇ ଓ ରୟାଲ ଚାଲେଞ୍ଜର ବାଙ୍ଗାଲୋର ଆଇପିଏଲ ଟିମ୍ ମଧ୍ୟ ଦମ୍ପତ୍ତିଙ୍କୁ ଶୁଭକାମନା ଜଣାଇଛନ୍ତି । ଧନଶ୍ରୀ ପେଶାରେ ଜଣେ ୟୁଟୁବର । ଏଥିସହ ସେ ଜଣେ ଡ୍ୟାନ୍ସର ଓ କୋରିଓଗ୍ରାଫର ଅଟନ୍ତି । ସେ ସୋସିଆଲ ମିଡ଼ିଆରେ ନିଜର ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି ।

Get real time updates directly on you device, subscribe now.