fbpx

ବିବାହ ବେଦୀରୁ ଉଠିଗଲା କନ୍ୟା, ଆଉ ତା’ପରେ ହେଲା ଏମିତି, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ: ବିବାହ ସିଜିନ୍ ଆରମ୍ଭ ହେବା ମାତ୍ରେ ଅନେକ ପ୍ରକାର ମଜାଦାର ଭିଡିଓ ଦେଖିବାକୁ ମିଳେ । ଏହାରି ମଧ୍ୟରେ ସେହିଭଳି ବିବାହ ସମୟର ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏମିତିରେ ତ’ ପରିବାରରେ କାହାର ବିବାହକୁ ନେଇ ସମସ୍ତେ ଉତ୍ସାହିତ ଥାନ୍ତି କିନ୍ତୁ ସବୁଠାରୁ ଅଧିକ ବର କନ୍ୟା ନିଜ ବିବାହରେ କିଛି ନା କିଛି ସ୍ପେସାଲ କରିବାକୁ ଚାହିଥାନ୍ତି ।

ତେବେ ଏହି ଭିଡିଓଟି ମଧ୍ୟ ବିବାହ ଦିନରେ ଯେଉଁଠାରେ ଷ୍ଟେଜ ଉପରେ ବର-କନ୍ୟାଙ୍କ ବିବାହ ଚାଲିଛି । ବର ପ୍ରଥମେ କନ୍ୟା ବେକରେ ମାଳା ପକାଇବାକୁ ଯାଉଛନ୍ତି, ସେତିକିବେଳେ ହଠାତ୍ ରାଗିଯାଇ ବର ଉପରକୁ ମାଳା ଫୋପାଡ଼ି କନ୍ୟା ବେଦୀରୁ ଉଠିଯାଉଛନ୍ତି । ଯାହାକୁ ଦେଖି ବର ଏବଂ ଅନ୍ୟମାନେ ଚକିତ ହୋଇଯାଉଛନ୍ତି ।

ହେଲେ ଏହାପରେ ଯାହା ହେଲା ତାହା କେହି ଭାବି ନଥିବେ କାରଣ ଗୋଟିଏ ସମୟ ପର୍ଯ୍ୟନ୍ତ ଲାଗୁଥିଲା ଯେମିତି ସତରେ କନ୍ୟା ବେଦୀରୁ ଉଠିପଳାଇଯାଉଛି । କିନ୍ତୁ ପ୍ରକୃତରେ କନ୍ୟାଜଣକ ଏଭଳି ମଜା କରୁଥିଲେ । ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତେ ହସିବାରେ ଲାଗିଥିଲେ ।

 

View this post on Instagram

 

A post shared by Bhutni_ke (@bhutni_ke_memes)

Get real time updates directly on you device, subscribe now.