fbpx

ବେଦୀରେ ବସିବା ପୂର୍ବରୁ ପ୍ରେମିକ ସହ ଚମ୍ପଟ୍ ହେଲା କନ୍ୟା, ତାପରେ…

ଗ୍ୱାଲିୟର: ବେଦୀରେ ବସିବା ପୂର୍ବରୁ ପ୍ରେମିକ ସହ ଫେରାର ହେଲା କନ୍ୟା । ଖାଲି ସେତିକି ନୁହେଁ, ନିଜ ପ୍ରେମିକ ସହ କନ୍ୟା ଯାଇ ସିଧା ପୋଲିସ୍ ପାଖରେ ପହଞ୍ଚି ସେମାନଙ୍କ ସୁରକ୍ଷା ପାଇଁ ନିବେଦନ କରିଛନ୍ତି । କହିଛନ୍ତି ଯେ ସେମାନଙ୍କୁ କିଛି ଦିନ ପାଇଁ ଜେଲକୁ ପଠାଇଦିଅନ୍ତୁ ନହେଲେ ପରିବାର ଲୋକେ ତାଙ୍କୁ ମାରିଦେବେ । ତେବେ ସ୍ଥାନୀୟ ଏସପି ସେମାନଙ୍କୁ ମହିଳା ଥାନାକୁ ପଠାଇ ପରିବାର ସହ ପରାମର୍ଶ କରିବା ଆରମ୍ଭ କରିଛନ୍ତି । ଏଭଳି ଏକ ଚର୍ଚ୍ଚିତ ଘଟଣା ଅବିଶ୍ୱାସ ମନେ ହେଉଥିଲେ ମଧ୍ୟ ସତ ।

ସୂଚନା ଅନୁଯାୟୀ, ୨୦ ବର୍ଷୀୟ କୋମଲ(ଛଦ୍ମନାମ)ଙ୍କ ଶନିବାର ଦିନ ବିବାହ ହେବାକୁ ଥିଲା ଏବଂ ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ହୋଇସାରିଥିଲା । ବେଦୀ ମଧ୍ୟ ସଜେଇ ହୋଇଥିଲା ଏବଂ ବର ମଧ୍ୟ ପହଞ୍ଚିସାରିଥିଲା । କିଛି ସମୟ ମଧ୍ୟରେ ହୋଇଥାନ୍ତା ବାହାଘର । ତେବେ ବେଦୀରେ ବସିବା ପୂର୍ବରୁ ନିଜ ପ୍ରେମିକ ସହ ଫେରାର ହୋଇଗଲେ କୋମଲ । ଘଟଣା ଜଣାପଡ଼ିବାପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ବରପକ୍ଷା ରାଗରେ ପଞ୍ଚମ ହୋଇଥିବାବେଳେ କନ୍ୟାପକ୍ଷ ଲୋକ କୋମଲଙ୍କ ପ୍ରେମିକ ରାଧେଶ୍ୟାମଙ୍କ ଘରକୁ ଯାଇଥିଲେ । ତେବେ ସେମାନଙ୍କୁ ସେଠାରେ ପାଇନଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ କନ୍ୟାପକ୍ଷରୁ କୋମଲ ଓ ରାଧେଶ୍ୟାମଙ୍କୁ ଜୀବନରୁ ମାରିଦେବାରୁ ଧମକ ଦେଇଥିଲେ । ସୂଚନାଯୋଗ୍ୟ କୋମଲ ଓ ରାଧଶ୍ୟାମ ପରସ୍ପରକୁ ଭଲ ପାଉଥିଲେ ମାତ୍ର ଝିଅର ପରିବାର ଲୋକେ ଏହାକୁ ସ୍ୱୀକାର କରୁନଥିଲେ । ସେଥିପାଇଁ ସେମାନେ ଖସି ପଳାଇଥିଲେ ।

ଫେରାର୍ ହେବା ପରେ କୋମଲ୍ ଓ ରାଧେଶ୍ୟାମ ସିଧା ଏସପି ଅମିତ ସାଙ୍ଘୀଙ୍କ ନିକଟକୁ ଯାଇଥିଲେ । ସେମାନଙ୍କୁ ସୁରକ୍ଷା ଦେବାକୁ ଅନୁରୋଧ କରିବା ସହ କୋମଲଙ୍କ ପରିବାର ଲୋକ ସେମାନଙ୍କୁ ମାରିଦେବାକୁ ଚାହୁଁଛନ୍ତି ବୋଲି କହିଥିଲେ । ତେବେ ଏସପି ସେମାନଙ୍କୁ ମହିଳା ଥାନାକୁ ପଠାଇବା ସହ ପରିବାର ଲୋକଙ୍କୁ ଡାକି ବୁଝାଇଥିଲେ । ସେପଟେ ରାଧେଶ୍ୟାମ କହିଛନ୍ତି ଯେ କୋମଲଙ୍କ ପରିବାର ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ମାରିଦେବାକୁ ଚାହୁଁଛନ୍ତି । ସେମାନେ ତାଙ୍କୁ ଖୋଜୁଛନ୍ତି ତେଣୁ ତାଙ୍କୁ କିଛିଦିନ ପାଇଁ ଜେଲକୁ ପଠାଇଦିଅନ୍ତୁ ବୋଲି ଏସପିଙ୍କୁ ନିବେଦନ କରିଛନ୍ତି । ଏଭଳି ଏକ ଘଟଣା ସବୁଆଡ଼େ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଆଉ ଘଟଣାଟି ଘଟିଛି ମଧ୍ୟପ୍ରଦେଶ-ଗ୍ୱାଲିୟରର ହସ୍ତିନାପୁରରେ ଘଟିଛି ଏହି ଘଟଣା ।

 

Get real time updates directly on you device, subscribe now.