fbpx

ସ୍ୱାମୀର ପିଠିରେ ବସି ସ୍ତ୍ରୀ ପାଳିଲେ ଜନ୍ମଦିନ, ଲୋକେ କହିଲେ…

ଭୁବନେଶ୍ୱର: ଜନ୍ମଦିନ ପାଳନ ପାଇଁ କିଏ କେତେପ୍ରକାର ଉପାୟ କରୁଥିବା ଆମେ ଜାଣିଛେ । ବେଳେବେଳେ ବଡ଼ ଅଜବ କଥା ମଧ୍ୟ ଶୁଣିବାକୁ ମିଳେ । ଯାହାକି ଆଗରୁ କେହି କରିନଥିବେ । ସେହିପରି ଆପଣ କେବେ ଶୁଣିଛନ୍ତି ନା ଦେଖିଛନ୍ତି କି, ସ୍ୱାମୀର ପିଠି ଉପରେ ବସି ସ୍ତ୍ରୀ ପାଳିବାର ଜନ୍ମଦିନ ଖୁସି! ହଁ… ଇଏ ବି ଗୋଟିଏ ପ୍ରକାର ଖୁସି । ଯାହା କରି ଦେଖାଇଛନ୍ତି ସଂକେତ ଭୋସଲେ ଓ ସୁଗନ୍ଧା ମିଶ୍ର ।

ସଂକେତଙ୍କ ପିଠିରେ ବସି ପୋଜ୍ ଦେଇଛନ୍ତି ସୁଗନ୍ଧା । ଆଉ ସେହି ଉପାୟରେ ସଂକେତ ଜଣାଇଛନ୍ତି ପତ୍ନୀ ସୁଗନ୍ଧାଙ୍କୁ ଜନ୍ମଦିନ ଶୁଭେଚ୍ଛା । ଜଣାଶୁଣା କମେଡିଆନ୍ ସଂକେତ ଭୋସଲେ ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ୍ ରହନ୍ତି । ତାଙ୍କର ପ୍ରଶଂସକ ସଂଖ୍ୟା ମଧ୍ୟ ଢେର୍ । ନିଜ ଫ୍ୟାନ୍ ମାନଙ୍କ ସହ କ୍ରମାଗତ ସୁସମ୍ପର୍କରେ ରହିବା ପାଇଁ ସଂକେତ ଅଧିକାଂଶ ସମୟରେ ବିଭିନ୍ନ ପୋଜ୍ରେ ଫୋଟ୍ ସେଆର୍ କରନ୍ତି । ତେବେ ବିବାହ ପରେ ତାଙ୍କର ଅଧିକାଂଶ ଫଟୋରେ ପତ୍ନୀ ସୁଗନ୍ଧା ରହିଥିବା ଦେଖିବାକୁ ମିଳୁଛି । ଇତିମଧ୍ୟରେ ସେ ଏଭଳି ଏକ ଫୋଟ ଛାଡ଼ିଛନ୍ତି, ଯାହା ତାଙ୍କ ପ୍ରଶଂସକଙ୍କ ମନକୁ ପାଇଯାଇଛି । ଆଉ ସୁଗନ୍ଧାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ସଂକେତ ସେଭଳି ଉପାୟ କରିଥିବା ଜଣାପଡ଼ିଛି । ତେବେ ଏସବୁ ଦେଖି କେତେକ ପ୍ରଶଂସକ ପଚାରିଛନ୍ତି ଯ- ଏହା ପ୍ରେମ ନା ପତ୍ନୀ ପ୍ରତି ଭୟ!

ଇନଷ୍ଟାଗ୍ରାମ ଆକାଉଣ୍ଟ୍ ରେ ସଂକେତ ନିଜ ପତ୍ନୀ ସୁଗନ୍ଧାଙ୍କ ସହ ଉଠାଇଥିବା କିଛି ଫଟୋ ସେଆର୍ କରିଛନ୍ତି । ଉକ୍ତ ଫଟୋରେ ସଂକେତ୍ ପୁଶ୍ ଅପ୍ କରିବା ଅବସ୍ଥାରେ ଥିବାବେଳେ ସୁଗନ୍ଧା ତାଙ୍କ ପିଠିରେ ବସି କ୍ୟାମେରାକୁ ପୋଜ୍ ଦେଇଥିବା ଦେଖିବାକୁ ମିଳିଛି । ଆଉ ସଂକେତ ଉଲ୍ଲେଖ କରିଛନ୍ତି ଯେ ସେ (ସୁଗନ୍ଧା) ମୋ ଜୀବନର ନିର୍ଦ୍ଦେଶକ ।

ଦେଖନ୍ତୁ ସେହି ମଜାଦାର ଫଟୋ:

Sugnadha on her husband's back #OdishaBhaskar

Get real time updates directly on you device, subscribe now.