fbpx

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆରମ୍ଭ ହୋଇଥିବା ଅସମାପ୍ତ ପ୍ରେମ କାହାଣୀ.. ୭୮ ବର୍ଷ ପରେ ହେଲା ଶେଷ ।

ନୂଆଦିଲ୍ଲୀ: କଥାରେ ଅଛି ଯଦି ଆପଣ କିଛି ଜିନିଷକୁ ହୃଦୟରୁ ଚାହୁଁଥିବେ ତ ସମଗ୍ର ଦୁନିଆ ସେହି ଜିନିଷକୁ ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିଥାଏ । ଏହା ଏକ ଡାଇଲଗ ହୋଇଥିଲେ ମଧ୍ୟ ବେଳେବେଳେ ଏହା ଅସଲ ଜୀବନରେ ଘଟିଥାଏ । ତେବେ ଏହାର ସୁବଠାରୁ ବଡ଼ ଉଦାହରଣ ହେଉଛନ୍ତି ରେଗ ପାଏ । ରେଗ ଗତ ୭୮ ବର୍ଷ ପରେ ସେହି ଫରାସୀ ଝିଅ ସହିତ ଭେଟିଥିଲେ ଯାହାର ଫୋଟକୁ ସେ ନିଜ ପର୍ସରେ ସାଇତି ରଖିଥିଲେ । ଏହି ଦୁଇ ଜଣଙ୍କ ପ୍ରଥମ ଭେଟ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ହୋଇଥିଲା ।

ସୂଚନା ଅନୁସାରେ ବ୍ରିଟେନ ସୈନିକ ରେଗ ପାଏ ୧୯୪୪ ମସିହାରେ ପ୍ରଥମେ ଫ୍ରାନ୍ସର ହ୍ୟୁଗେଟଙ୍କୁ ଭେଟିଥିଲେ । ଦୁଇ ଜଣଙ୍କ ମଧ୍ୟରେ ସାମାନ୍ୟ କଥାବାର୍ତ୍ତା ହୋଇଥିଲା । ଏହାର ପରଦିନ ରେଗଙ୍କୁ ହ୍ୟୁଗେଟଙ୍କର ଏକ ଫୋଟ ମିଳିଥିଲା । ଏହା ପର ଠାରୁ ହିଁ ଦୁଇ ଜଣ ଆଉ କେବେ ଦେଖା ହୋଇ ନଥିଲେ । ଏହାରି ମଧ୍ୟରେ ରେଗ ୨୦୧୫ରୁ ହ୍ୟୁଗେଟଙ୍କୁ ଖୋଜିବା ଆରମ୍ଭ କରିଥିଲେ । ବର୍ତ୍ତମାନ ଦୀର୍ଘ ୭୮ ବର୍ଷ ପରେ ଦୁଇ ଜଣ ପୁଣି ଏକାଠୀ ହୋଇଛନ୍ତି ।

ଏହି କାହାଣୀ ସେହି ସମୟରେ ଆରମ୍ଭ ହୋଇଥିଲା ଯେତେବେଳେ ସମଗ୍ର ବିଶ୍ୱ ଦ୍ୱିତୀୟ ବିଶ୍ୱଯୁଦ୍ଧର ଶିକାର ହୋଇଥିଲା । ୧୯୪୪ ମସିହାରେ ବ୍ରିଟିଶ ସୈନିକ ରେଗ ପାଏ ତାଙ୍କ ୟୁନିଟ ସହିତ ଫ୍ରାନ୍ସର ନର୍ମାଣ୍ଡି ବିଚ ନିକଟରେ ରହିଥିଲେ । ଏହି ସମୟରେ ସେ ତାଙ୍କ ସାମ୍ନାରେ ଜଣେ ଝିିଅ ଛିଡା ହୋଇଥିବାର ଦେଖିଥିଲେ ଝିଅଟି ତାଙ୍କ ଆଡକୁ ଚାହିଁ ରହିଥିଲା । କିଛି ସମୟ ପରେ ଝିଅଟି ଚର୍ଚ୍ଚକୁ ଦୌଡ଼ି ପଳାଇବା କଥା ରେଗ କହିଛନ୍ତି । ଏହି ଝିଅ ହେଉଛନ୍ତି ହ୍ୟୁଗେଟ । ରେଗ କହିଥିବା କଥା ଅନୁସାରେ ପ୍ରଥମ ସାକ୍ଷାତ ପରଦିନ ସକାଳେ ସେ ସେହି ସ୍ଥାନରେ ପହଞ୍ଚିଥିଲେ । ଯେଉଠାରେ ସେ ଝିଅଟିକୁ ଦେଖିଥିଲେ । ତେବେ ସେଠାରେ ସେ ଏକ ଝିଅର ଚିତ୍ର ପାଇଥିଲେ । ଫୋଟଟି ସେହି ଝିଅ ହ୍ୟୁଗେଟଙ୍କର ଥିଲା ଯାହାଙ୍କୁ ପୂର୍ବ ଦିନ ସେ ଭେଟିଥିଲେ । ଫୋଟଟିକୁ ଉଠାଇ ସେ ତାଙ୍କ ପର୍ସରେ ରଖିଥିଲେ । ଏହା ପରେ ସେ ତାଙ୍କୁ ଆଉ କେବେ ଦେଖିନଥିଲେ ।

ବିଗତ ୭୮ ବର୍ଷ ଧରି, ରେଗ ପୁଣି ଥରେ ହ୍ୟୁଗେଟଙ୍କୁ ଭେଟିବାର ସ୍ୱପ୍ନ ଦେଖୁଥିଲେ । ୨୦୧୫ ରେ, ରେଗ ତାଙ୍କ ପୁଅଙ୍କ ସାହାଯ୍ୟରେ ହ୍ୟୁଗେଟଙ୍କୁ ଖୋଜିବା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ । ଶେଷରେ ୭୮ ବର୍ଷ ପରେ ସେ ହ୍ୟୁଗେଟଙ୍କୁ ପାଇଥିଲେ । ହ୍ୟୁଗେଟ ଅନୁଭବ କରିଥିଲେ ଯେ ରେଗ ତାଙ୍କୁ ଏତେ ବର୍ଷ ପରେ ମଧ୍ୟ ଖୋଜୁଥିଲେ, ଯଦିଓ ସେ କେବଳ ଥରେ ତାଙ୍କୁ ଭେଟିଥିଲେ । ଏହି ସାକ୍ଷାତ ପରେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିଲେ । ହୁଗୁଏଟ୍ ହସି କହଥିଲେ ଯେ ସେମାନଙ୍କୁ ବର୍ତ୍ତମାନ ବିବାହ କରିବାକୁ ପଡିବ । ରେଗ ବିବାହ ପାଇଁ ମଧ ପ୍ରସ୍ତୁତ ହୋଇଗଲେ ।

Get real time updates directly on you device, subscribe now.