fbpx

୧୨ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବ ଫାଇଜର୍ ଟିକା, ବ୍ରିଟେନ୍ ସରକାରଙ୍କ ବଡ଼ ଘୋଷଣା

ଲଣ୍ଡନ: କରୋନା ମହାମାରୀର ଦ୍ୱିତୀୟ ଲହର ବ୍ୟାପୁଥିବା ବେଳେ ଏହା ମଧ୍ୟରେ ବୈଜ୍ଞାନିକ ମାନେ ତୃତୀୟ ଲହର ବ୍ୟାପିବା ସଂକ୍ରାନ୍ତରେ ଆଗୁଆ ସଚେତନ କରିସାରିଲେଣି । ଏଥିରେ ବିଶେଷ କରି ପିଲାମାନଙ୍କ ପ୍ରତି ଅଧିକ ବିପଦ ଥିବା ବିଶେଷଜ୍ଞମାନେ ଦର୍ଶାଇଛନ୍ତି । ତେବେ ଏଥିମଧ୍ୟରେ ବ୍ରିଟେନ୍ ସରକାର ଆଉ ଏକ ବଡ ଘୋଷଣା କରିଛନ୍ତି । ଏବେ ୧୨ ରୁ ୧୫ ବର୍ଷର ପିଲାମାନଙ୍କୁ ଫାଇଜର୍ ଟିକା ଦିଆଯିବ ବୋଲି ବ୍ରିଟେନ୍ ସରକାର ଘୋଷଣା କରିଛନ୍ତି । ବ୍ରିଟେନ୍ ର ଡ୍ରଗ୍ କଣ୍ଟ୍ରୋଲର୍ ଶୁକ୍ରବାର କହିଛନ୍ତି ଯେ, ଟିକା ଉପରେ ଅନେକ ଗବେଷଣା ଓ ଅନୁଧ୍ୟାନ ପରେ ୧୨ ରୁ ୧୫ ବର୍ଷର ପିଲାମାନଙ୍କୁ ଫାଇଜର୍/ବାୟୋନଟେକ୍ ଟିକା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ବର୍ଗର ପିଲାମାନଙ୍କ ପାଇଁ ଫାଇଜର୍ ଟିକା ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ।

ସୂଚନାଯୋଗ୍ୟ ଯେ, ଭାରତ ସରକାର ଫାଇଜର୍ ଏବଂ ମଡର୍ଣ୍ଣା ଭଳି ବିଦେଶୀ ଟିକାକୁ ଅନୁମତି ଦେଇସାରିଛନ୍ତି । ଏନେଇ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା କହିଛନ୍ତି ଯେ, ବୟସ୍କଙ୍କ ସମେତ ପିଲାମାନଙ୍କ ପାଇଁ ଭାରତକୁ ଆସିବ ଫାଇଜର୍ ଟିକା

Get real time updates directly on you device, subscribe now.