fbpx

୫ଜି ନେଟୱର୍କ: ଜୁହି ଚାୱଲାଙ୍କ ଯାଚିକାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ, ଲଗାଇଲେ ୨୦ ଲକ୍ଷ ଜୋରିମାନା

ନୂଆଦିଲ୍ଲୀ: ୫ଜି ଟେକ୍ନୋଲୋଜି ବିରୋଧରେ ଅଭିନେତ୍ରୀ ତଥା ପରିବେଶବିତ୍ ଜୁହି ଚାୱଲା ଦାୟର କରିଥିବା ଯାଚିକାକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଯାଚିକାରେ ୫ଜି ନେଟୱର୍କର ରେଡିଏସନ ଦ୍ୱାରା ମନୁଷ୍ୟ, ଜୀବଜନ୍ତୁ ଏବଂ ପରିବେଶ ଉପରେ କୁପ୍ରଭାବ ପଡିବାର ଦର୍ଶାଯାଇଥିଲା ।

ଦିଲ୍ଲୀ ହାଇକୋର୍ଟ ଜୁହି ଚାୱଲାଙ୍କ ଯାଚିକା ଖାରଜ କରିବା ସହ କହିଛନ୍ତି ଆବେଦନକାରୀ ଆଇନଗତ ପ୍ରକ୍ରିୟାର ଅପବ୍ୟବହାର କରିଛନ୍ତି ଏବଂ ଏଥିପାଇଁ ତାଙ୍କୁ ୨୦ ଲକ୍ଷ ଜୋରିମାନା ଲଗାଯାଉଛି । କୋର୍ଟ କହିଛନ୍ତି ଏହା ପ୍ରତୀତ ହେଉଛି ଏହି ଅଭିଯୋଗ କେବଳ ପବ୍ଲିସିଟି ଉଦେ୍ଧଶ୍ୟ ନେଇ କରାଯାଇଥିଲା ଏବଂ ଏଥିପାଇଁ ଜୁହି ଚାୱଲା ଶୁଣାଣିର ଲିଙ୍କ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହା ସହ କୋର୍ଟ ଦିଲ୍ଲୀ ପୋଲିସକୁ କହିଛନ୍ତି ଶୁଣାଣି ସମୟରେ ଗୀତ ଗାଇ ବାଧା ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ଜୁହି ଚାୱଲାଙ୍କ ଯାଚିକା ଉପରେ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ‘କେବଳ କିଛି ସୂଚନା ଏମିତି ରହିଛି ଯାହା ଠିକ ଅନ୍ୟ ସବୁ ଅଭିଯୋଗ ବୃଥା ଏବଂ ଏହା ଉପରେ ସନ୍ଦେହ ପ୍ରକାଶ କରାଯାଇଛି । କୋର୍ଟ ଜୁହିଙ୍କୁ କହିଛନ୍ତି ଏହି ମାମଲାରେ ନିୟମ ଅନୁଯାୟୀ କୋର୍ଟର ଯାହା ଫିସ ରହିଛି ତାହା ମଧ୍ୟ କୋର୍ଟରେ ଜମା କରିବାକୁ ।’

Get real time updates directly on you device, subscribe now.