fbpx
BJD
BJD SKY
BJD SKY

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼: ବିଜୟ ନିକଟତର ଋଷି ସୁନକ

ନୂଆଦିଲ୍ଲୀ: ବ୍ରିଟେନର ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଏହି ୟୁରୋପୀୟ ଦେଶର ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଉ ପାଦେ ଆଗେଇଛନ୍ତି । ମଙ୍ଗଳବାର ଅନୁଷ୍ଠିତ ୪ର୍ଥ ପର୍ଯ୍ୟାୟ ଭୋଟରେ ସୁନକ ସବୁଠାରୁ ଅଧିକ ଭୋଟ ପାଇ ଏହି ରାଉଣ୍ଡ ଜିତିଛନ୍ତି । ଫଳରେ କାମଚଳା ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସ୍ଥାନ ନେବା ପାଇଁ ସୁନକ ବିଜୟର ନିକଟତର ହେଉଛନ୍ତି । ଚତୁର୍ଥ ରାଉଣ୍ଡରେ ସୁନକଙ୍କୁ ଶାସକ କଞ୍ଜରଭେଟିକ୍ ପାର୍ଟିରୁ ୧୧୮ ଭୋଟ୍ ମିଳିଛି । ପ୍ରଧାନମନ୍ତ୍ରୀ ଭାବେ ଚୂଡ଼ାନ୍ତ ପ୍ରାର୍ଥୀ ହେବାପାଇଁ ଦଳର ଏକତୃତୀୟାଂଶ ଭୋଟ୍ ଆବଶ୍ୟକ । କଞ୍ଜରଭେଟିକ୍ ପାର୍ଟିର ଋଷି ଫାଇନାଲ୍ ରାଉଣ୍ଡର ଦୁଇ ପ୍ରାର୍ଥୀ ଟୋରୀ ସଦସ୍ୟଙ୍କ ସମର୍ଥନ ପାଇଁ ନିଜ ସପକ୍ଷରେ ପ୍ରଚାର କରିବେ । ଯିଏ ସର୍ବାଧିକ ସମର୍ଥନ ହାସଲ କରିବାରେ ସଫଳ ହେବେ ସେ ବ୍ରିଟେନ୍‌ର ପରବର୍ତୀ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବେ । ଏକତୃତୀୟାଂଶ ଭୋଟ୍ ସଂଖ୍ୟା ହେଉଛି ୧୨୦ । ତେବେ ସୁନକଙ୍କୁ ୨ଟି ଭୋଟ୍ କମ୍ ମିଳିଛି । ତାଙ୍କ ପ୍ରତିଦ୍ଵନ୍ଦୀ ବାଣିଜ୍ୟ ମନ୍ତ୍ରୀ ପେନି ମୋର୍ଡଣ୍ଟଙ୍କୁ ୯୨ ଏବଂ ବହିବ୍ୟାପାର ମନ୍ତ୍ରୀ ଲିଜ୍ ଟୁସ୍‌ଙ୍କୁ ୮୬ ଭୋଟ୍ ମିଳିଛି । ଶେଷ ପର୍ଯ୍ୟାୟ ଭୋଟ୍ ବୁଧବାର ଅନୁଷ୍ଠିତ ହେବ ।

Get real time updates directly on you device, subscribe now.