fbpx
BSKY
BJD YOUTH SKY
BJD MS SKY

ମୃତ୍ୟୁ ପ୍ରମାଣପତ୍ର ଦେବା ପାଇଁ ଲାଞ୍ଚ ନେଉଥିଲେ, ମାଡି ବସିଲା ଭିଜିଲାନ୍ସ

ଢେଙ୍କାନାଳ,(ଭାସ୍କର ନ୍ୟୁଜ୍): ମୃତ୍ୟୁ ପ୍ରମାଣପତ୍ର ଦେବା ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି । ହସ୍ପିଟାଲ ସମ୍ମୁଖଏକ କ୍ଲିନିକରେ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଟିମ୍ତା ଙ୍କୁ ଧରିଥିଲେ । ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ପଚରାଉଚୁରା କରାଯାଉଛି । ରୋଗୀମାନଙ୍କୁ ସେବା ଯୋଗାଇଦେବା ନିମନ୍ତେ ଉଦ୍ଦିଷ୍ଟ ଜଣେ ଡାକ୍ତର ଲାଞ୍ଚ ନେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିବା ସହ ଚର୍ଚ୍ଚାର ବିଷୟ ପାଲଟିଛି ।

 

Get real time updates directly on you device, subscribe now.