fbpx

ଲକ୍-ଡାଉନରେ ଭାଇ ସହ ଭଉଣୀର ବାହାଘର

୬ ମାସ ପୂର୍ବରୁ ସମ୍ପର୍କରେ ଭାଇ-ଭଉଣୀ ହୋଇଥିବା ଦୁଇ ପ୍ରେମୀ ଯୁଗଳ ବିହାରରୁ ଦିଲ୍ଲୀ ଫେରାର ହୋଇଥିଲେ । ଲକ୍-ଡାଉନରେ ଗାଁକୁ ଫେରିବାକୁ ପରେ ସ୍ୱାମୀ-ସ୍ତ୍ରୀ ପରି ରହିବାକୁ ଲାଗିଲେ, ଯାହାକୁ ଦେଖି ତାତିଲେ ସ୍ଥାନୀୟ ଲୋକେ । ଗାଁ ଲୋକ ଓ ପରିବାରଠାରୁ ତଡାଖାଇବା ପରେ ଥାନା ପରିସରରେ ସେମାନଙ୍କ ବିବାହ ହୋଇଥିଲା । ଏପରି ଆଶ୍ଚର୍ଯ୍ୟକର ବିବାହ ବିହାରର ରୋହତାସ ଜିଲ୍ଲାରେ ଘଟିଯାଇଛି ।

 

ଖବର ମୁତାବକ, ଅଗରସିଡିହରାର ସ୍ଥାନୀୟ ବାସିନ୍ଦା ବିମଳ ସାହ ଓ ବବନ ସାହ ସମ୍ପର୍କରେ ଦୁହେଁ ଭାଇ । କିନ୍ତୁ ୬ ମାସ ପୂର୍ବରୁ ବିମଳଙ୍କ ୧୬ ବର୍ଷିୟା ପୁଅ ତାଙ୍କ ଭାଇ ବବନଙ୍କ ନାବାଳିକା ଝିଅକୁ କଥାରେ ଫସାଇ ଦିଲ୍ଲୀ ଫେରାର୍ ହୋଇଥିଲା । ଝିଅକୁ ମାତ୍ର ୧୩ ବର୍ଷ ହୋଇଥିବା ବେଳେ ସେ ୮ମ ଶ୍ରେଣୀରେ ପଢୁଥିଲା । ବଦନାମ ଡରରେ କେହିବି ଏନେଇ ପୋଲିସ କେସ କରିନଥିଲେ । କିନ୍ତୁ ଲକ୍ଡାଉନରେ ସେମାନେ ଘରକୁ ଫେରିଆସିବା ପରେ ପତୀ-ପତ୍ନୀ ପରି ରହିବାକୁ ଲାଗିଲେ, ଯାହାକୁ ପରିବାର ଲୋକେ ଓ ଗାଁ ଲୋକେ ବିରୋଧ କରିଥିଲେ । ପରିବାରରେ ଆଶ୍ରୟ ନମିଳିବାରୁ ଦୁହେଁ ଥାନାରେ ପହଞ୍ଚିଥିଲେ । ପରେ ଥାନା ପକ୍ଷରୁ ଦୁହିଁଙ୍କ ପରିବାର ଲୋକଙ୍କୁ ଡକାଯାଇ ଉଭୟଙ୍କ ସହମତିରେ ବିବାହ ସମ୍ପର୍ଣ୍ଣ ହୋଇଥିଲା ।

Get real time updates directly on you device, subscribe now.