fbpx

ଲକ୍-ଡାଉନ୍ ପ୍ରଭାବ: ଭାରତରେ ଡିସେମ୍ବର ସୁଦ୍ଧା ଜନ୍ମନେବେ ୨ କୋଟିରୁ ଅଧିକ ଶିଶୁ

କରୋନା ଭାଇରସର ମୁକାବିଲା ପାଇଁ ଲାଗୁ ହୋଇଥିବା ଲକ୍-ଡାଉନ୍ ମହାମାରୀକୁ ବ୍ୟାପିବାରେ ରୋକିଥିଲେ ମଧ୍ୟ ଏହାର ସାଇଡ୍ ପ୍ରତିକ୍ରିୟା ଅନେକ ରହିଛି । ମିଳିତ ଜାତିସଂଘ ବା ୟୁଏନ ଏପରି ଏକ ତଥ୍ୟ ସାମନାକୁ ଆଣିଛି, ଯେଉଁଥିରେ କରୋନାକୁ ମହାମାରୀ ଘୋଷଣା କରିବା ଠାରୁ ୯ ମାସ ମଧ୍ୟରେ ଜନ୍ମହାରରେ ବୃଦ୍ଧି ଘଟିବ ବୋଲି କୁହାଯାଇଛି । ଏହି କ୍ରମରେ ଭାରତ ଓ ଚୀନରେ ଅଧିକ ଶିଶୁ ଜନ୍ମ ନେବେ । ପୂର୍ବରୁ ଜନସଂଖ୍ୟାକୁ ନେଇ ଅସୁବିଧା ଭୋଗୁଥିବା ଦେଶଗୁଡିକ ଏବେ ଏକ୍-ଡାଉନ ପ୍ରଭାବରେ ପୁଣି ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି ।

ତେବେ ୟୁନିସେଫର ଏକ ରିପୋର୍ଟ ମୁତାବକ, ମାର୍ଚ୍ଚ ୧୧ରୁ ଡିସେମ୍ବର ୧୬ ଭିତରେ ଥିବା ୯ ମାସ ମଧ୍ୟରେ ସାରା ବିଶ୍ୱରେ ୧୧୬ ମିଲିୟନ୍ ଶିଶୁ ଜନ୍ମ ନେବେ । ଭାରତ ବିଷୟରେ କହିବାକୁ ଗଲେ ଡିସେମ୍ବର ସୁଦ୍ଧା ଏଠାରେ ୨ କୋଟିରୁ ଅଧିକ ଶିଶୁ ଜନ୍ମ ନେବେ, ଯାହାକି ବିଶ୍ୱର ସର୍ବାଧିକ । ଭାରତ ପରେ ରହିଛି ଚୀନ୍ । ଜାତିସଂଘର ଆକଳନ ଅନୁସାରେ, ଚୀନରେ ୧.୩୫ କୋଟି, ପାକିସ୍ତାନରେ ୫୦ ଲକ୍ଷ, ନାଇଜେରିଆରେ ୬୦.୪ ଲକ୍ଷ ଇ ଇଣ୍ଡୋନେସିଆରେ ୪୦ ଲକ୍ଷ, ଆମେରିକାରେ ୩୦ଲକ୍ଷରୁ ଅଧିକ ଶିଶୁ ଜନ୍ମ ନେଇପାରନ୍ତି ।

Get real time updates directly on you device, subscribe now.