fbpx

କରୋନା ମୁକାବିଲା, ସ୍କୁଲ ପିଲାଙ୍କ ପାଇଁ ଲାଗୁ ହେବ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା !

Advertisement

ଭୁବନେଶ୍ୱର, ୮ା୫(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଓ ସ୍ଥିତି ବିଗିଡ଼ିବାରେ ଲାଗିଛି । ତେଣୁ ସ୍କୁଲ ପିଲାଙ୍କ ପାଇଁ ଶ୍ରେଣୀ ଗୃହରେ ଲାଗୁ ହୋଇପାରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା । ସ୍କୁଲ ପିଲାଙ୍କ ପାଇଁ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଲାଗୁ ହେବା ନେଇ ସୂଚନା ମିଳିଛି । ଯେମିତିକି ଅଯୁଗ୍ମ ତାରିଖରେ ଅଯୁଗ୍ମ ରୋଲ ନମ୍ବର ଥିବା ପିଲା ଆସିବେ । ସେହିପରି ଯୁଗ୍ମ ତାରିଖରେ ଯୁଗ୍ମ ରୋଲ ନମ୍ବର ଥିବା ପିଲା ସ୍କୁଲ ଆସିବେ । ଏହି ଯୁଗ୍ମ-ଅଯୁଗ୍ମ ଗାଇଡ଼ଲାଇନ ନେଇ ଏନସିଇଆରଟି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଗାଇଡ଼ଲାଇନ ପ୍ରସ୍ତୁତ କରି କେନ୍ଦ୍ରକୁ ପଠାଯିବ । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟର ଅନୁମତି ପରେ ସମସ୍ତ ରାଜ୍ୟ ଗୁଡ଼ିକୁ ପଠାଯିବ । ରାଜ୍ୟ ସରକାର ଚାହିଁଲେ ଏହାକୁ ସଂଶୋଧନ କରି ଲାଗୁ କରିପାରିବେ । ଏହି ବ୍ୟବସ୍ଥାର ମୂଳ ଆଧାର ରହିବ ସାମାଜିକ ଦୂରତା । ସ୍କୁଲ ଖୋଲିଲେ ଏହି ବ୍ୟବସ୍ଥା ଲାଗୁ କରିବା ନେଇ ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.