fbpx

ହିନ୍ଦୁ-ମୁସଲମାନ ଭାଇଚାରାର ବାର୍ତ୍ତା ଦିଏ ଏହି ପୀଠ, ଜାଣନ୍ତୁ…

ଖୋର୍ଦ୍ଧା(ଓଡ଼ିଶା ଭାସ୍କର): ପୀଠଟିଏ କିନ୍ତୁ ବାର୍ତ୍ତା ଦିଏ । ହିନ୍ଦୁ ଏବଂ ମୁସଲମାନଙ୍କ ପାଇଁ ଭାଇଚାରାର ଅପୂର୍ବ ନିଦର୍ଶନ ପାଲଟିଛି । ଭାତୃତ୍ୱର ବାର୍ତ୍ତା ବହନ କରୁଥିବା ଏହି ପୀଠକୁ ଦୈନିକ ଶହଶହ ଶ୍ରଦ୍ଧାଳୁ ଦର୍ଶନ ଲାଗି ଆସିଥାନ୍ତି । ଷୋହଳ ନମ୍ବର ଜାତୀୟ ରାଜପଥ କୁରାଢ଼ମଲ୍ଲ ଛକଠାରୁ ତିନି କିଲୋମିଟର ଯିବା ପରେ ପଡ଼େ କାଇପଦର ବାବା ଭୁଖାରି ପୀର ବାବାଙ୍କ ପୀଠ ।

ବିଭିନ୍ନ ରୋଗରେ ଆକ୍ରାନ୍ତ ରୋଗୀ ଏବଂ ମାନସିକଧାରୀ ଏଠାକୁ ବହୁତ ଆସନ୍ତି । ଐତିହାସିକଙ୍କ କହିବା ଅନୁଯାୟୀ ୧୫୫୨ ମସିହାରେ ହଜରତ ବୁଖାରି ପୀର ବାବା ନାମକ ଜଣେ ସନ୍ୟାସୀ ଏହି ଅଞ୍ଚଳକୁ ଆସିଥିଲେ । ପିଇବା ପାଇଁ ପାଣି ନଥିବାରୁ ବାବା ନିଜ ବର୍ଚ୍ଛାରେ ଭୂମିକୁ ମାରି ପାଣି ବାହାରକରି ନିଜ ଚମତ୍କାର ଦେଖାଇଥିଲେ । ବର୍ତ୍ତମାନ ବାବାଙ୍କ ପ୍ରାଙ୍ଗଣରେ ସେହି ଚମତ୍କାରୀ କୂଅ ରହିଛି । ସେହି କୂଅର ପାଣିକୁ ଯେକୌଣସି ରୋଗ ପାଇଁ ପ୍ରସାଦ ରୂପେ ବ୍ୟବହାର କଲେ ରୋଗ ଭଲ ହେଉଥିବା ସାଧାରଣରେ ବିଶ୍ୱାସ ରହିଛି । ଏଠାରେ ଥିବା ଜଣେ ଗଉଡ଼ ବାବାଙ୍କ ସଂସ୍ପର୍ଶରେ ଆସିଥିଲେ । ପରେ ସେ ତାଙ୍କ ଅନୁଗତ ପାଲଟିଯାଇଥିଲେ । ଏକଦା ସେ ବାବାଙ୍କ ଚାରିପଟେ ଉଇହୁଙ୍କା ହୋଇଯାଇଥିବା ଦେଖିବାକୁ ପାଇଥିଲେ । ବାବାଙ୍କ କଥାରେ ସେ ତାଙ୍କ ନିକଟରେ ଡାହାଣପାର୍ଶ୍ୱରେ ବସିପଡ଼ିଥିଲେ ଏବଂ ପରବର୍ତ୍ତୀ ସମୟରେ ଉଭୟଙ୍କ ଶରୀର ହୁଙ୍କାରେ ବିଲୀନ ହୋଇ ଯାଇଥିଲା । ସମୟକ୍ରମେ ଉଭୟ ଦେହ ତ୍ୟାଗ କରିଥିଲେ । ଉଭୟ ସମାଧିପୀଠ ବାବା ବୁଖାରି ଏବଂ ପୀର ବାବା ପୀଠ ଭାବେ ପରିଚିତ ହୋଇଥିଲା । ବାବାଙ୍କୁ ଗୁଡ଼ ଅଧିକ ପ୍ରିୟ ହୋଇଥିବାରୁ ଏଠାରେ ଗୁଡ଼ ଭୋଗ ପୂଜା କରାଯାଇଥାଏ ।

Get real time updates directly on you device, subscribe now.