fbpx

ଆସାମୀକୁ ଧରିବା ପାଇଁ ଲେଡି ଇନ୍ସପେକ୍ଟର ସୋସିଆଲ ମିଡିଆର ନେଲେ ସାହାରା, ବାନ୍ଧବୀ ସାଜି ଦୁଷ୍କର୍ମକାରୀକୁ କଲେ ଗିରଫ

ନୂଆଦିଲ୍ଲୀ: ଜଣେ ଦୁଷ୍କର୍ମକାରୀକୁ ଗିରଫ କରିବା ପରେ ଜଣେ ଲେଡି ଇନ୍ସପେକ୍ଟର ବେଶ ପ୍ରଶଂସା ପାଇଛନ୍ତି । ଲେଡି ଇନ୍ସପେକ୍ଟର ଆସାମୀକୁ ଧରିବା ପାଇଁ ତା’ ସହ ସୋସିଆଲ ମିଡିଆରେ ବନ୍ଧୁତା ସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ ଲେଡି ଇନ୍ସପେକ୍ଟର ଉକ୍ତ ଆସାମୀକୁ ଗିରଫ କରିବାରେ ସକ୍ଷମ ହୋଇପାରିଥିଲେ ।

ଏହି ଲେଡି ଇନ୍ସପେକ୍ଟର ଜଣକ ଦିଲ୍ଲୀ ପୋଲିସରେ କାର୍ଯ୍ୟ କରନ୍ତି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ୨୪ ବର୍ଷୀୟ ଆସାମୀ ଧରାପଡ଼ୁନଥିଲା । ଫଳରେ ଲେଡି ଇନ୍ସପେକ୍ଟର ଆସାମୀ ସହ ପ୍ରଥମେ ବାର୍ତ୍ତାଳାପ ଓ ଦୋସ୍ତୀ କରିବା ସହ ପରେ ସାକ୍ଷାତ କରିବାକୁ ଡାକି ଗିରଫ କରିଥିଲେ । ପୀଡ଼ିତା କହିଥିଲେ ଯେ, କିଛି ଦିନ ପୂର୍ବରୁ ଜଣେ ଯୁବକ ସହ ତାଙ୍କର ରିଲେସନସିପ୍ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଉକ୍ତ ଯୁବକ ପୀଡ଼ିତାଙ୍କ ଠାରୁ ଦୂରେଇ ଯାଇଥିଲା । ତେବେ ନାବାଳିକା ମାମଲା ଦାୟର କରିବା ପରେ ଲେଡି ଇନ୍ସପେକ୍ଟର ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ପ୍ରଥମେ ଲେଡି ଇନ୍ସପେକ୍ଟର ଫେସବୁକରେ ଏକ ନୂଆ ପ୍ରୋଫାଇଲ ତିଆରି କରି ଆସାମୀକୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଇଥିଲେ । ତେବେ ଆସାମୀ ପୂର୍ବରୁ ଅନେକ ଯୁବତୀଙ୍କ ସହ ଏପରି କାରନାମା କରିଥିବା ସ୍ୱୀକାର କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.