fbpx

ଏହି କାରଣ ଯୋଗୁଁ ବାଥରୁମରେ ହୋଇଥାଏ ଅଧିକ ହାର୍ଟ ଆଟାକ୍

ଆଜିକାଲି ହାର୍ଟ ଆଟାକ୍ ଘଟଣା ବଢ଼ିବାରେ ଲାଗିଛି । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି କି, ଅଧିକ ହାର୍ଟ ଆଟାକ୍ ବାଥରୁମରେ ଘଟୁଛି । କିଛି ଲୋକେ ଏହାକୁ ପୋଷ୍ଟ ଇଫେକ୍ଟ ବୋଲି କହୁଛନ୍ତି । କିନ୍ତୁ ବାଥରୁମରେ ଅଧିକ ହାର୍ଟ ଆଟାକର ପ୍ରକୃତ କାରଣ କ’ଣ? ଆସନ୍ତୁ ଜାଣିବା ଏହାର ଉତ୍ତରରେ କ’ଣ କହୁଛନ୍ତି ବିଶେଷଜ୍ଞ….

ବିଶେଷଜ୍ଞଙ୍କ ମତରେ, ହାର୍ଟ ସମ୍ପନ୍ଧୀୟ ରୋଗ ଥିବା ବ୍ୟକ୍ତିଙ୍କୁ ଅଧିକ ହାର୍ଟ ଆଟାକ୍ ଆସିଥାଏ । ଆମେରିକାର ସଂସ୍ଥା ଏନସିବିଆଇର ରିପୋର୍ଟ ମୁତାବକ, ୧୧ ପ୍ରତିଶତରୁ ଅଧିକ ହାର୍ଟ ଆଟାକ୍ ମାମଲା ବାଥରୁମରୁ ଆସିଥାଏ, ଯେଉଁଥିରେ ରୋଗୀଙ୍କର ମୁତ୍ୟୁ ବି ହୋଇଥାଏ । ତାଙ୍କ ରିପୋର୍ଟ ମୁତାବକ ଖୁଲାସା ହୋଇଛି ଯେ, ବାଥରୁମରେ ହାର୍ଟ ଆଟାକର ବିପଦ ଅନ୍ୟ ସ୍ଥାନ ଅପେକ୍ଷା ଅଧିକ ଥାଏ ।

କାରଣ

– ବିଶେଷଜ୍ଞଙ୍କ ଅନୁସାରେ, ଏହାର ସବୁଠାରୁ ବଡ କାରଣ ଶରୀର ତୁଳନାରେ ନ ଗାଧୋଇବା ।

– ଅନେକ ଲୋକ ଶୀତଦିନେ ମଧ୍ୟ ଅଧିକ ଥଣ୍ଡା ପାଣିରେ ଗାଧୋଇ ବାହାଦୂରି ମାରନ୍ତି ।

– ଏହା ବ୍ୟତୀତ, କିଛି ଲୋକ ଗାଧୋଇବା ସମୟରେ ଅଧିକ ତୀବ୍ର କାର୍ଯ୍ୟକଳାପ କରନ୍ତି କିମ୍ବା ଚାଲନ୍ତି । ଏପରି କରିବା ଦ୍ୱାରା ହାର୍ଟରେ ଚାପ ବୃଦ୍ଧି ପାଏ ଓ ଏହା ହାର୍ଟ ଆଟାକର କାରଣ ହୋଇଥାଏ ।

– ବିଶେଷଜ୍ଞଙ୍କ ମତରେ, ଆରାମରେ ଗାଧୋଇବା ଉଚିତ୍ । ଏହା ସହିତ ଶରୀରର ତାପମାତ୍ରା ଅନୁଯାୟୀ ଥଣ୍ଡା କିମ୍ବା ଗରମ ପାଣି ଚୟନ ଉଚିତ୍ ।

– ଯେଉଁମାନଙ୍କର ପୂର୍ବରୁ କୋଷ୍ଠକାଠିନ୍ୟର ସମସ୍ୟା ରହିଛି, ସେମାନଙ୍କୁ ପେଟ ସଫା କରିବା ସମୟରେ ଅଧିକ ଜୋର୍ ଦେବାକୁ ପଡିଥାଏ । କିନ୍ତୁ ଏପରି କରିବା ନିଜ ଉପରେ ହିଁ ଭାରୀ ପଡିବ । ଏହା ହାର୍ଟ ଆଟାକର କାରଣ ହୋଇପାରେ ।

– ଏକ ରିପୋର୍ଟରେ କୁହାଯାଇଛି ଯେ, ହୃଦସ୍ପନ୍ଦନର ଅନିୟମିତତା, ଫ୍ରେଶ ହେବାର ସମସ୍ୟା, ପେଟ ଖରାପ, ଥଣ୍ଡା ପାଣିରେ ଗାଧୋଇବା ଓ ଅଧିକ ଚାପରେ ରହିବା ଦ୍ୱାରା ହୃଦଘାତ ବା ହାର୍ଟ ଆଟାକ ସମସ୍ୟା ଦେଖାଦେଇଥାଏ ।

Get real time updates directly on you device, subscribe now.