fbpx

‘ମୋ ଭାଉଜ ଜଣେ କଲ୍‌ଗାର୍ଲ’….ସମ୍ପର୍କ ରଖିବାକୁ ମନା କରିବାରୁ କଲ୍‌ଗାର୍ଲ କହି ଭାଉଜ ନମ୍ବର ଭାଇରାଲ୍‌ କଲା ଦିଅର

AAKASH

ଓଡ଼ିଶା ଭାସ୍କର: ଉତ୍ତରପ୍ରଦେଶର ଶାହଜହାଁପୁର ଆସିଛି ଏକ ହୃଦୟ ବିଦାରକ ଖବର। ଜଣେ ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ଵାମୀ ବିଦେଶରେ ରୁହନ୍ତି। ହେଲେ ବର୍ତ୍ତମାନ ଶଶୁରଘର ଲୋକ ତାଙ୍କୁ ଘରେ ପଶିବାକୁ ଦେଉନାହାନ୍ତି। ସେ ଅଭିଯୋଗରେ ଆହୁରି କହିଛନ୍ତି କି ତାଙ୍କ ଦିଅର ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ। ସେ ରାଜି ନହେବାରୁ ତାଙ୍କ ଦିଅର ତାଙ୍କ ନମ୍ବରକୁ କଲ୍‌ଗାର୍ଲର ନମ୍ବର କହି ଭାଇରାଲ୍‌ କରିଦେଲା। ଏବେ ଶଶୁରଘର ଲୋକ ଘରେ ତାଲା ପକାଇ କୁଆଡ଼େ ଫେରାର୍‌ ହୋଇ ଯାଇଛନ୍ତି। ଏବେ ଯୁବତୀ ଜଣକ ତାଙ୍କ ଶଶୁରଘର ସାମ୍ନାରେ ଧାରଣାରେ ବସିଛନ୍ତି।

ସୂଚନା ଅନୁସାରେ ହରଦୋଇର ବେନିଗଞ୍ଜର ବାସିନ୍ଦା ଅଟନ୍ତି। ୨୦୧୯ ମସିହାରେ ଶାହଜହାଁପୁରର ଚୌକ କୋତବାଲି ଅଞ୍ଚଳରେ ତାଙ୍କର ବିବାହ ହୋଇଥିଲା। ବିବାହର ଏକ ମାସ ପରେ ମହିଳାଙ୍କ ସ୍ଵାମୀ ଚାକିରି କରିବାକୁ ଓମାନ ପଳାଇଲେ। ପରବର୍ତ୍ତି ସମୟରେ ଶଶୁରଘର ଲୋକ ତାଙ୍କର ଶୋଷଣ କରିବା ଆରମ୍ଭ କରି‌ଦେଲେ। ଏପରିକି ସେମାନେ ମହିଳାଙ୍କୁ ମାରଧର କରୁଥିବା ନେଇ ମହିଳା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ।

ମହିଳାଙ୍କ କହିବା ମୁତାବକ ତାଙ୍କ ଦିଅରଙ୍କ ପାପ ଦୃଷ୍ଟି ତାଙ୍କ ଉପରେ ସବୁବଳେ ଥିଲା। ସେ ତାହାକୁ ବିରୋଧ କରିବାରୁ ଦିଅର ତାଙ୍କ ଫୋନ୍‌ ନମ୍ବରକୁ ଭାଇରାଲ୍‌ କରିଦେଲେ ଓ ମହିଳାଙ୍କ ନିକଟକୁ ବିଭିନ୍ନ ରଙ୍ଗ୍‌ ନମ୍ବରରୁ କଲ୍‌ ଆସିବା ଆରମ୍ଭ ହୋଇଗଲା। ଏବେ ଅଧିକ ହଇରାଣ ହରକତ ହେବା ପ‌ରେ ସେ ଆଇନ୍‌ର ସହାୟତା‌ ନେଇଛନ୍ତି। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ଧାରଣାରେ ବସି ରହିବେ ବୋଲି କହିଛନ୍ତି।

Get real time updates directly on you device, subscribe now.