fbpx

ଦୁଷ୍କର୍ମ ବଦଳରେ ଗଣଦୁଷ୍କର୍ମ: ଭଉଣୀ ଅପମାନର ଭାଇ ନେଲା ଏମିତି ପ୍ରତିଶୋଧ

Advertisement

ଉତ୍ତରପ୍ରଦେଶ: ଭାଇ ଭଉଣୀଙ୍କ ସମ୍ପର୍କ ଖୁବ ଭିନ୍ନ । ଉପରେ ଯେତେ ରାଗରୁଷା ଅଭିମାନ ଥାଏ ମନ ଭିତରେ ତାଠୁ ଅଧିକ ଥାଏ ଭଲ ପାଇବା । ଗୋଟିଏ ଭଉଣୀର ରକ୍ଷା ପାଇଁ ଭାଇ କିଛି ବି କରିପାରେ । ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାର ମାଧୌଗଞ୍ଜ ଥାନା ଅଞ୍ଚଳରେ । ଭଉଣୀକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଦେଇଛି ପାଲଟା ଜବାବ । ଇଟାର ଜବାବ ପଥରରେ ଦେବା ଭଳି ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ରାତିରେ ଶୌଚ ପାଇଁ ଉଠିଥିବା ଜଣେ ଯୁବତୀଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରାଯାଇତିବା ଅଭିଯୋଗ ହୋଇଛି । ତେବେ ଏ ନେଇ ପରିବାର ଲୋକେ ଏକ ମାମଲା ରୁଜୁ କରାଇଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରି ପୀଡିତାଙ୍କୁ ମେଡିକାଲ ଯାଞ୍ଚ ପାଇଁ ପଠାଇଛି । ଦୁଇ ବର୍ଷ ତଳେ ଏକ ଦୁର୍ଷ୍କ ମାମଲାକୁ ମନେ ପକାଇଛି ପୋଲିସ । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଜେଲ ପଠାଇ ଦେଇଥିଲା । କିନ୍ତୁ ଏହି ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ଝିଅ ସହ ଦୁଷ୍କର୍ମ ହୋଇଥିବା ଜଣାଯାଇଛି । ଅର୍ଥାତ ଦୁଷ୍କର୍ମ ପୀଡିତାଙ୍କ ଭାଇ ଏହି ଦୁଷ୍କର୍ମ ମାମଲାରେ ଜେଲରେ ରହିଛି । ତେଣୁ ଏହି ମାମଲାର ଅଭିଯୋଗ ଏବେ ପୁରୁଣା ଦୁଷ୍କର୍ମ ପୀଡିତାଙ୍କ ପିତା ଏବଂ ସାକ୍ଷୀଙ୍କ ଉପରେ ରହିଛି ।

ଗଣ ଦୁଷ୍କର୍ମ ନେଇ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ କରିଛି ପୋଲିସ । ପୀଡିତାଙ୍କୁ ମେଡିକାଲ ଯାଞ୍ଚ ପାଇଁ ପଠାଯାଇଥିବା ବେଳେ ତାଙ୍କ ଅଭିଯୋଗ ଅନୁସାରେ ପୋଲିସ ତଦନ୍ତ କାର୍ଯ୍ୟ ଆଗକୁ ବଢାଇଛି । ରାତିରେ ଝିଅ ବାହାରକୁ ଉଠିଥିବା ବେଳେ ଗାଁର ଦୁଇ ଯୁବକ ଏହି କାଣ୍ଡ ଘଟାଇଥିବା ପୀଡିତାଙ୍କ ବାପା ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.