fbpx
BJD SKY
BJD SKY

ସଲମାନ ଖାନଙ୍କୁ ଏହି ଗ୍ୟାଙ୍ଗ ଲେଖିଥିଲା ଧମକପୂର୍ଣ୍ଣ ଚିଠି, ପଚାଉଚରାରେ ହେଲା ବଡ଼ ଖୁଲାସା

BJD

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଚିଠିକୁ ନେଇ ଅନେକ ନାଁ ସାମ୍ନାକୁ ଆସିଛି । କିନ୍ତୁ ଏବେ ଏହି ମାମଲାରେ ବଡ଼ ଖୁଲାସା ହୋଇଛି । ସଲମାନ ଖାନଙ୍କୁ ଧମକ ଦେଇଥିବା ଗ୍ୟାଙ୍ଗଷ୍ଟାରର ନାମ ସାମ୍ନାକୁ ଆସିଛି । ଏହା ସ୍ପଷ୍ଟ ହୋଇଛି ଯେ ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ଲେଖିଥିବା ବ୍ୟକ୍ତି ଲରେନ୍ସ ବିଷ୍ଣୋଇ ହିଁ ଥିଲା ।

ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ପଠାଇଥିବା ବ୍ୟକ୍ତିକୁ ପୋଲିସ ଚିହ୍ନଟ କରିଛି । ଏହି ଚିଠିକୁ ଲରେନ୍ସ ବିଷ୍ଣୋଇର ଖାସ୍ ସହଯୋଗୀ ବିକ୍ରମ ବରାଡ଼ ସଲମାନଙ୍କ ବାପାଙ୍କ ପାଖକୁ ପହଞ୍ଚାଇଥିଲା ।

ଏହି ମାମଲରେ ତିନି ଅଭିଯୁକ୍ତ ଜାଲୋରରୁ ମୁମ୍ବାଇ ପହଞ୍ଚିଥିଲେ । ଏହି ତିନିଜଣ କଲ୍ୟାଣ ପହଞ୍ଚି ସୌରଭ ମହାକାଳ ଉର୍ଫ ସିଧେରା ହିରାମଲକୁ ଭେଟିଥିଲେ । କିନ୍ତୁ ସଲମାନଙ୍କ ପାଇଁ ଧମକପୂର୍ଣ୍ଣ ଚିଠି ମହାକାଳ ରଖିବାକୁ ମନା କରିଥିଲା । ଯାହାପରେ ଏହି କାମକୁ ଅଲଗା ଉପାୟରେ କରାଯାଇଥିଲା । ତେବେ ଏହି ସବୁ କଥା ପଚରାଉଚରା ସମୟରେ ସାମ୍ନାକୁ ଆସିଥିଲା ।

ବିକ୍ରମ ବରାଡ଼ ଉପରେ ଦୁଇ ଡର୍ଜନରୁ ଅଧିକ କେସ୍ ରହିଛି ଏବଂ ଯେ ରାଜସ୍ଥାନ ହନୁମାନଗଢ଼ରେ ବାସିନ୍ଦା । କିନ୍ତୁ ଏବେ ସେ ଦେଶରୁ ବାହାରେ ରହିଛି । ବିକ୍ରମ ବରାଡ଼ ନିଜେ ରାଜସ୍ଥାନର ଏକ ଗ୍ୟାଙ୍ଗଷ୍ଟାର ।

Get real time updates directly on you device, subscribe now.